ଇଣ୍ଡୋନେସିଆ ଗୀର୍ଜା ନିକଟରେ ଆତ୍ମଘାତୀ ବିସ୍ଫୋରଣ; ଅନେକ ଆହତ

ଇଣ୍ଡୋନେସିଆ ଗୀର୍ଜା ନିକଟରେ ଆତ୍ମଘାତୀ ବିସ୍ଫୋରଣ; ଅନେକ ଆହତ

Image Courtesy of Malay Mail

ଜାକର୍ତା: ରବିବାର ଦିନ ଇଣ୍ଡୋନେସୀୟ ସହର ମକାସାର୍‌ରେ ଥିବା ଏକ କ୍ୟାଥୋଲିକ୍‌ ଗୀର୍ଜା ବାହାରେ ଆତ୍ମଘାତୀ ବୋମା ବିସ୍ଫୋରଣ କାରଣରୁ କେତେକ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆଜି ସେଠାରେ ‘ପବିତ୍ର ଇଷ୍ଟର୍‌ ସପ୍ତାହ’ର ପ୍ରଥମ ଦିନ ପାଳନ ହେଉଥିଲା।

ସୁଲାେଓ୍ଵସି ଦ୍ୱୀପରେ ଥିବା ଏହି ଗୀର୍ଜା ଭିତରେ ଜନସମାଗମ ହୋଇଥିବା ବେଳେ ବିସ୍ଫୋରଣ ଘଟିଥିବା କଥା ଦକ୍ଷିଣ ସୁଲାେଓ୍ଵସି ପୁଲିସ ମୁଖପାତ୍ର ଇ. ଜୁଲ୍‌ପାନ୍‌ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି। ଘଟଣାସ୍ଥଳରେ ପଡ଼ିଥିବା ମାନବ ଶରୀର ଅଙ୍ଗପ୍ରତ୍ୟଙ୍ଗ କେବଳ ଆକ୍ରମଣକାରୀଙ୍କର କି, ଅନ୍ୟମାନଙ୍କର ତାହା ସ୍ପଷ୍ଟ ହୋଇନାହିଁ।

publive-image Image Courtesy of Malaysiakini

ଗୀର୍ଜାର ଫାଦର୍‌ ଓ୍ଵିଲ୍‌ହେମୁସ୍‌ ତୁଲୁକ୍‌ ଇଣ୍ଡୋନେସୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ମୋଟର୍‌ସାଇକେଲ୍‌ରେ ଆସିଥିବା ସନ୍ଦିଗ୍ଧ ବୋମା ବିସ୍ଫୋରଣକାରୀ ଗୀର୍ଜା ପରିସର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ, ପ୍ରହରୀମାନେ ତାଙ୍କୁ ବାଧା ଦେଇଥିଲେ। ବୋମା ବିସ୍ଫୋରଣ କାରଣରୁ ଆହତ ହୋଇଥିବା ସମୁଦାୟ ୧୦ଜଣଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି।

ସିକ୍ୟୁରିଟି କ୍ୟାମେରା ଫୁଟେଜ୍‌ରେ ଦେଖାଯାଉଛି ଯେ, ବିସ୍ଫୋରଣ ଯୋଗୁଁ ରାସ୍ତା ମଝିରେ ଅଗ୍ନିଶିଖା ଜଳିବା ସହ ଭଙ୍ଗାରୁଜା ପଦାର୍ଥ ପଡ଼ି ଧୂଆଁ ଉଠିଥିଲା।

ଏଭଳି କାଣ୍ଡ କିଏ ଭିଆଇଛନ୍ତି ସେ କଥା ଜଣାପଡ଼ିନାହିଁ। ଆକ୍ରମଣ କରିଥିବା କଥା ମଧ୍ୟ କେହି ଦାବି କରିନାହାନ୍ତି ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe