ଇସ୍ରାଏଲରେ ଆତଙ୍କବାଦୀ କାଣ୍ଡ, ବସଷ୍ଟପରେ ଛିଡ଼ା ହୋଇଥିବା ଲୋକଙ୍କୁ ଧକ୍କା ଦେଲା ଟ୍ରକ୍

Advertisment

ଇସ୍ରାଏଲର ତେଲ ଅଭିବ୍ ସହରର ଗ୍ଲିଲୋଟ ବେସ୍ ନିକଟରେ ଥିବା ଏକ ବସଷ୍ଟପକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୩୫ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଇସ୍ରାଏଲର ତେଲ ଅଭିବ୍ ସହରର ଗ୍ଲିଲୋଟ ବେସ୍ ନିକଟରେ ଥିବା ଏକ ବସଷ୍ଟପକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୩୫ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

tel aviv

ତେଲ୍ ଅଭିବ୍ : ଇସ୍ରାଏଲର ତେଲ ଅଭିବ୍ ସହରର ଗ୍ଲିଲୋଟ ବେସ୍ ନିକଟରେ ଥିବା ଏକ ବସଷ୍ଟପକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୩୫ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ବିଚାର କରୁଛି ଏବଂ ଅଧିକ ତଦନ୍ତ ଜାରି ରଖିଛି । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୫ ଜଣଙ୍କ ଅବସ୍ଥା ଅଳ୍ପ ଗୁରୁତର ଓ ୨୦ ଜଣ ସାମାନ୍ୟ ଆହତ ହୋଇଥିବା ଏମଡିଏ ପକ୍ଷରୁ କୁହାଯାଇଛି। 

ଏହି ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ପୁଲିସ ଗୁଳି କରି ହତ୍ୟା କରିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବରିଷ୍ଠ ନାଗରିକ। ଟ୍ରକ୍ ସହ ଧକ୍କା ହେବାର କିଛି ସମୟ ପୂର୍ବରୁ ଏହି ଲୋକମାନେ ନିକଟସ୍ଥ ମ୍ୟୁଜିୟମକୁ ଯିବା ପାଇଁ ବସ୍ରୁ ଓହ୍ଲାଇଥିଲେ।

ପୁଲିସ ଏହି ଘଟଣାକୁ ଦୁର୍ଘଟଣା ପରିବର୍ତ୍ତେ ଆତଙ୍କବାଦୀ ଆକ୍ରମଣ ଭାବେ ଗ୍ରହଣ କରୁଛି। ଇସ୍ରାଏଲରେ ଏଭଳି ଆକ୍ରମଣ ପ୍ରଥମ ଥର ନୁହେଁ, ଗାଜାରେ ଆକ୍ରମଣ ତୀବ୍ର ହେବା ପରେ ଇସ୍ରାଏଲରେ ଏଭଳି ଅନେକ ଆକ୍ରମଣ ହୋଇଛି। ଗତ ସେପ୍ଟେମ୍ବର ମାସରେ ଜୋର୍ଡାନ ଓ ପଶ୍ଚିମ ତଟ ସୀମାରେ ହୋଇଥିବା ଆକ୍ରମଣରେ ୩ ଜଣ ଇସ୍ରାଏଲି ନିହତ ହୋଇଥିଲେ। ଆଇଡିଏଫ ଅନୁଯାୟୀ, ଜୋର୍ଡାନର ଜଣେ ବ୍ୟକ୍ତି ଇସ୍ରାଏଲବାସୀଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ପରେ ସୁରକ୍ଷା ବାହିନୀ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ଗୁଳି କରିଥିଲା। ଅକ୍ଟୋବର ପ୍ରାରମ୍ଭରେ ତେଲ ଅଭିବରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ବ୍ୟକ୍ତି ଗୁଳି ଚଳାଇ ୯ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe