୧୫ ଦିନ ପାଇଁ ଏନ୍‌ଆଇଏ ରିମାଣ୍ଡରେ ଗଲେ ଜମ୍ମୁ- କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦଭିନ୍ଦର ସିଂହ

୧୫ ଦିନ ପାଇଁ ଏନ୍‌ଆଇଏ ରିମାଣ୍ଡରେ ଗଲେ ଜମ୍ମୁ- କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦଭିନ୍ଦର ସିଂହ

NDTV

ଜମ୍ମୁ: ଆତଙ୍କବାଦୀଙ୍କ ସହ ସଂପୃକ୍ତ ଥାଇ ଜମ୍ମୁ- କଶ୍ମୀର ପୁଲିସ ହାତରେ ଗିରଫ ହୋଇଥିବା ଜମ୍ମୁ- କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦଭିନ୍ଦର ସିଂହଙ୍କ ସମେତ ଅନ୍ୟ ୪ ଅପରାଧୀଙ୍କୁ ଏନ୍‌ଆଇଏ ଅଦାଲତ ଆଜି ୧୫ ଦିନ ପାଇଁ ଏନ୍‌ଆଇଏ ରିମାଣ୍ଡ ପଠାଇଛନ୍ତି। ଏହି ସମୟରେ ଦଭିନ୍ଦର ସିଂହଙ୍କ ସମେତ ଅନ୍ୟ ୪ ଅପରାଧୀଙ୍କୁ ଏନ୍‌ଆଇଏ କର୍ତ୍ତୃପକ୍ଷ ଜେରା କରି ସେମାନଙ୍କ ଠାରୁ ତଥ୍ୟ ଆଦାୟ କରିବେ।

ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀର ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ରହିଥିବା ଡିଏସ୍‌ପି ଦଭିନ୍ଦର ସିଂହ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନେଇ ଦିଲ୍ଲୀରେ ଛାଡ଼ିବାକୁ ଯାଉଥିବା ବେଳେ ଜମ୍ମୁ- କଶ୍ମୀର ପୁଲିସ୍‌ ତାଙ୍କୁ ଆତଙ୍କବାଦୀ ମାନଙ୍କ ସହ ଗିରଫ କରିଥିଲା। ପରେ ଡିଏସ୍‌ପି ଦଭିନ୍ଦର ସିଂହଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ଆତଙ୍କବାଦୀଙ୍କ ସହ ତାଙ୍କର ରହିଥିବା ସଂପୃକ୍ତି ବାବଦରେ ତଦନ୍ତ କରିବା ପାଇଁ ଏନ୍‌ଆଇଏକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ତଦନ୍ତ, କାଳରେ ଏନ୍‌ଆଇଏ ଡିଏସ୍‌ପି ଦଭିନ୍ଦର ସିଂହ ଓ ଆତଙ୍କବାଦୀଙ୍କ ମଧ୍ୟରେ ନିବିଡ଼ ସଂପର୍କ ରହିଥିବା ଓ ଆତଙ୍କବାଦୀଙ୍କମାନଙ୍କ ଠାରୁ ବିପୁଳ ଅର୍ଥ ନେଇ ଦଭିନ୍ଦର ସିଂହ ସେମାନଙ୍କୁ ସମସ୍ତ ପ୍ରକାରର ସାହଯ୍ୟ ସହଯୋଗ ଯୋଗାଇ ଦେଉଥିବା ଏନ୍‌ଆଇଏ ତଦନ୍ତ କାଳରେ ଜାଣିବାକୁ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe