୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହୃତ

Advertisment
୨୬ରେ ପୁଣିଥରେ ସତ୍ୟାଗ୍ରହ କରିବ କଂଗ୍ରେସ

Deccan Herald

ନୂଆଦିଲ୍ଲୀ: ଲୋକସଭାରୁ ନିଲମ୍ବିତ ହୋଇଥିବା ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ଆଜି ପ୍ରତ୍ୟାହାର କରାଯାଇଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ସହ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଗୃହରେ ସେମାନେ ପୁଣିଥରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। କଂଗ୍ରେସ ସାଂସଦ ମଣିକମ ଟାଗୋର, ରମ୍ୟା ହରିଦାସ, ଜୋତିମଣୀ ଏବଂ ଟିଏନ ପ୍ରଥାପନଙ୍କୁ ଗତ ଜୁଲାଇ ୨୫ ତାରିଖରେ ଲୋକସଭାରୁ ନିଲମ୍ବନ କରାଯାଇଥିଲା। ଉକ୍ତ ୪ ସାଂସଦ ଦର ବୃଦ୍ଧିକୁ ବିରୋଧ କରି ପ୍ଲାକାର୍ଡ ଏବଂ ପୋଷ୍ଟର ଧରି ଗୃହରେ ସ୍ଲୋଗାନ ଦେଇଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ସରକାର ୪ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଆଣିଥିଲେ। ପରେ ଏହି ପ୍ରସ୍ତାବ ଗୃହରେ ଗୃହୀତ ହୋଇଥିଲା। ବାଚସ୍ପତି ବିର୍ଲା‌ କହିଛନ୍ତି, ଗୃହରେ ଯେଉଁଭଳି ସ୍ଥିତି ଉପୁଜୁଛି ତାହା ସମସ୍ତଙ୍କୁ କଷ୍ଟ ଦେଇଛି। ଦେଶକୁ ମଧ୍ୟ ଏଥିପାଇଁ କ୍ଷତି ସହିବାକୁ ପଡ଼ିଛି। ସଂସଦ ଦେଶରେ ସର୍ବୋତ୍ତମ ଗଣତାନ୍ତ୍ରିକ ଅନୁଷ୍ଠାନ। ଦେଶରେ ସଂସଦୀୟ ପରମ୍ପରାକୁ ନେଇ ଆମେ ସମସ୍ତେ ଗର୍ବ କରୁଛେ। ତେଣୁ ଏହାର ସମ୍ମାନ ଏବଂ ମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ବିର୍ଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe