Image Courtesy of Hindustan Times
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀଜନିତ ସଙ୍କଟ କାରଣରୁ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ଜାରି ହୋଇଥିବା ନିଷେଧାଦେଶ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କଥା ବୁଧବାର ଦିନ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ (ଡିଜିସିଏ) କହିଛନ୍ତି।
ଏହି ନିଷେଧାଦେଶ ଆନ୍ତର୍ଜାତିକ ମାଲବାହୀ ବିମାନ ଏବଂ ସ୍ବତନ୍ତ୍ର ଭାବେ ଅନୁମୋଦିତ ବିମାନ ଚଳାଚଳ ପ୍ରତି ଲାଗୁ ହେବନାହିଁ ବୋଲି ମଧ୍ୟ ‘ଡିଜିସିଏ’ କହିଛନ୍ତି।
Image Courtesy Mintକିନ୍ତୁ, ବିଶେଷ ପରିସ୍ଥିତି ଆଧାରରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ବାଚିତ ପଥରେ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ନିମନ୍ତେ ଅନୁମତି ମିଳିପାରେ ବୋଲି ଏକ ‘ସର୍କ୍ୟୁଲାର୍’ରେ ‘ଇଣ୍ଡିଆନ୍ ଆଭିଏସନ୍ ରେଗୁଲେଟର୍’ କହିଛନ୍ତି। କରୋନାଭାଇରସ୍ ମହାମାରୀ ବିସ୍ତାର କାରଣରୁ ମାର୍ଚ ୨୩ ତାରିଖରୁ ଭାରତରେ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ସେବା ବାତିଲ କରାଯାଇଥିଲା। କିନ୍ତୁ, ମେ ମାସରୁ ‘ବନ୍ଦେ ଭାରତ ମିସନ’ ଏବଂ ଜୁଲାଇ ମାସରୁ ନିର୍ବାଚିତ ଦେଶମାନଙ୍କ ସହ ଦ୍ବିପାକ୍ଷିକ ‘ଏୟାର୍ ବବଲ୍’ ରାଜିନାମାରେ ସ୍ବତନ୍ତ୍ର ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରାଯାଇଛି।
ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍, ୟୁନାଇଟେଡ୍ ଆରବ ଏମିରେଟ୍ସ୍, କେନିଆ, ଭୁଟାନ ଏବଂ ଫ୍ରାନ୍ସ୍ ସମତେ ପ୍ରାୟ ୧୮ଟି ଦେଶଙ୍କ ସହ ଭାରତ ‘ଏୟାର୍ ବବଲ୍’ ରାଜିନାମା କରିଛି। ଏହି ରାଜିନାମା ଅନୁସାରେ, ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ଆନ୍ତର୍ଜାତିକ ବିମାନ ଚଳାଚଳ କରିପାରିବ।
Follow Us