ଦିଲ୍ଲୀ ବିମାନ ବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ପରେ କଠୋର ହେଲା ନିରାପତ୍ତା ବ୍ୟବସ୍ଥା

Advertisment
ଦିଲ୍ଲୀ ବିମାନ ବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ପରେ କଠୋର ହେଲା ନିରାପତ୍ତା ବ୍ୟବସ୍ଥା

Image Courtesy of ANI

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ୩ ନମ୍ବର ଟର୍ମିନାଲ୍‌ରେ ଗୋଟାଏ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ପରେ ବିମାନ ବନ୍ଦର ପରିସରରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି।

ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ପୁଲିସ ତୁରନ୍ତ ତତ୍ପର ହୋଇ ଉଠିଥିଲା। ବୋମା ଚିହ୍ନଟ ଓ ଅକାମିକାରୀ, ସନ୍ଧାନୀ କୁକୁର ସ୍କ୍ଵାଡ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନ ବନ୍ଦର ପରିସରକୁ ତଲାସ କରାଯାଇଥିଲା।

publive-image Image Source: Zee News

ଭୀତତ୍ରସ୍ତ ଯାତ୍ରୀମାନେ ଟୁଇଟ୍‌ କରି ଜଣାଇଥିଲେ କି, କିଛି ସମୟ ଲାଗି ସେମାନଙ୍କୁ ଆରାଇଭାଲ୍‌ ଟର୍ମିନାଲ୍‌ ବାହାରକୁ ଛଡ଼ାଯାଉ ନାହିଁ। ଟି-୩ ବାହାରେ ଥିବା ରାସ୍ତା ସବୁକୁ ମଧ୍ୟ ଅବରୋଧ କରାଯାଇଛି।

ଦିଲ୍ଲୀର ଜଣେ ପୁଲିସ ଅଧିକାରୀ କହିଛନ୍ତି ରାତି ପ୍ରାୟ ୩ଟା ବେଳେ ସନ୍ଦିଗ୍ଧ ବ୍ୟାଗ୍‌ ସଂକ୍ରାନ୍ତରେ ଦିଲ୍ଲୀ ବିମାନ ବନ୍ଦର ପୁଲିସକୁ ଫୋନ୍‌ କରାଯାଇଥିଲା। ଘଟଣାସ୍ଥଳରୁ ସେ ବ୍ୟାଗ୍‌ଟିକୁ ଅଣାଯାଇଛି। ସେଥିରେ କ’ଣ ଅଛି ତାହା ପୁଲିସ ଟିମ୍‌ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe