ଶ୍ରୀଲଙ୍କାରୁ ନୌକା ଯୋଗେ ୧୫ ଜଣ ଆତଙ୍କବାଦୀ ଲାକ୍ଷାଦ୍ବୀପରେ ପହଞ୍ଚିଥିବାନେଇ ଗୁଇନ୍ଦା ରିପୋର୍ଟ ଆସିବାପରେ ହାଇ ଆଲର୍ଟ ଜାରି

Advertisment
ଶ୍ରୀଲଙ୍କାରୁ ନୌକା ଯୋଗେ ୧୫ ଜଣ ଆତଙ୍କବାଦୀ ଲାକ୍ଷାଦ୍ବୀପରେ ପହଞ୍ଚିଥିବାନେଇ ଗୁଇନ୍ଦା ରିପୋର୍ଟ ଆସିବାପରେ ହାଇ ଆଲର୍ଟ ଜାରି

photo-oneindia

ନୂଆଦିଲ୍ଲୀ: ଗୁଇନ୍ଦା ରିପୋର୍ଟରୁ ଜଣାଯାଇଛି ଯେ ଆଇଏସଆଇଏସର ୧୫ ଜଣ ଆତଙ୍କବାଦୀ ନୌକାରେ ଶ୍ରୀଲଙ୍କାରୁ ଲାକ୍ଷାଦ୍ବୀପ ଆସୁଛନ୍ତି । ଏମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ବୋଲି ବୋଲି ଆଶଙ୍କା କରାଯାଉଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ଏବେ ଅନେକ ସଂଖ୍ୟାରେ କେରଳବାସୀ ଆଇଏସଆଇଏସ ସହିତ ସଂପର୍କ ରଖିଛନ୍ତି । ଏହି ଖବର ମିଳିବାପରେ କେରଳର ଉପକୂଳରେ ପୋଲିସ ପକ୍ଷରୁ ହାଇଆଲର୍ଟ କରି ଦିଆଯାଇଛି ।

ପୁଲିସ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଉପକୂଳ ଥାନା ଏବଂ ଉପକୂଳ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ଏନେଇ ସତର୍କ ସୂଚନା ଜାରି କରି ଦିଆଯାଇଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଏଭଳି ଆଲର୍ଟ ସାଧାରଣ କଥା ମାତ୍ର ଏଥର ଆମକୁ ସଂଖ୍ୟା ମିଳିଛି । ଏଭଳି କୌଣସି ସଦିଗ୍ଧ ନୌକା ଦେଖିବା ନେଇ ଆମେ ଉପକୂଳ ପୁଲିସ ଥାନା ଓ ଜିଲ୍ଲା ପୁଲିସ ପ୍ରମୁଖଙ୍କୁ ସତର୍କ ରହିବାକୁ କହିଛୁ ।ଏହାଛଡ଼ା ତିରୁବନନ୍ତପୁରମରେ ବିଭିନ୍ନ ହୋଟେଲ ଏବଂ ଲାଉଞ୍ଜରେ ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଛି।

ଏହାଫଳରେ ସନ୍ଦିଗ୍ଧ ଲୋକଙ୍କୁ ଧରାଯାଇପାରିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମେ’ମାସ ୨୩ ତାରିଖରେ ଶ୍ରୀଲଙ୍କାରୁ ଏଭଳି ସୂଚନା ମିଳିବାପରେ ଆଲର୍ଟ ଜାରି କରି ଦିଆଯାଇଛି ବୋଲି ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe