ଆଖଡ଼ା ପରିଷଦ ସଭାପତିଙ୍କ ସନ୍ଦେହଜନକ ମୃତ୍ୟୁ: ମଠ ସମ୍ପତ୍ତି ପାଇଁ ହତ୍ୟା!

Advertisment

ପୁଲିସ ଅଧିକାରୀ, ଜମି ମାଫିଆଙ୍କ ହାତ ଅଭିଯୋଗ

ପୁଲିସ ଅଧିକାରୀ, ଜମି ମାଫିଆଙ୍କ ହାତ ଅଭିଯୋଗ

ଆଖଡ଼ା ପରିଷଦ ସଭାପତିଙ୍କ ସନ୍ଦେହଜନକ ମୃତ୍ୟୁ: ମଠ ସମ୍ପତ୍ତି ପାଇଁ ହତ୍ୟା!

Hindustan Times

ଲକ୍ଷ୍ନୌ : ଅଖିଳ ଭାରତୀୟ ଆଖଡ଼ା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପ୍ରୟାଗରାଜ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଆଜି ମିଳିଛି। ମହନ୍ତ ନରେନ୍ଦ୍ର ଗିରିଙ୍କ ଘର ଭିତର ପଟୁ ବନ୍ଦ ଥିଲା। କବାଟ ଭାଙ୍ଗିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ‌ପୁଲିସ ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ମହନ୍ତଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

ମହନ୍ତ ନରେନ୍ଦ୍ର ଗିରି ମହାରାଜ ଆତ୍ମହତ୍ୟା କରିଥିବା ଉତ୍ତରପ୍ରଦେଶ ପୁଲିସ ସ୍ପଷ୍ଟ କରିଥିଲେ ସୁଦ୍ଧା ଏଦିଗରେ ଅଧିକ ତଦନ୍ତ ଜାରି ରହିଛି। ମିଳିଥିବା ୭-୮ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ତାଙ୍କର ଜଣେ ଅନୁଗାମୀ ଆନନ୍ଦ ଗିରିଙ୍କ ନାମ ଅଛି। ସେ ବିଭିନ୍ନ କାରଣ ପାଇଁ ଖୁବ୍‌ ବିଷାଦରେ ଥିଲେ। ନୋଟ୍‌ରେ ଉଲ୍ଲେଖ ରହିଛି, ମୁଁ ସମ୍ମାନର ସହ ବଞ୍ଚି ଆସିଛି। ଅପମାନ ସହ୍ୟ କରିପାରିବି ନାହିଁ। ତେଣୁ ଜୀବନ ହାରୁଛି। ଅନ୍ୟପକ୍ଷେ ମହନ୍ତଙ୍କ ଅନୁଗାମୀ ଆନନ୍ଦ ଗିରି କହିଛନ୍ତି, ଗୁରୁଜୀ କେବେ ଆତ୍ମହତ୍ୟା କରିପାରିବେନି। ଏହା ପଛରେ ବଡ଼ ଷଡ଼୍‌ଯନ୍ତ୍ର ରହିଛି। ଟଙ୍କା ପାଇଁ ଗୁରୁଜୀଙ୍କୁ ନିର୍ଯାତନା ଦିଆଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ, ଜମି ମାଫିଆ ଏବଂ ଏପରିକି ତାଙ୍କ ପରିବାର ସଦସ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ମଠର ସମ୍ପତ୍ତି ବିକ୍ରି ପାଇଁ ଗୁରୁଜୀଙ୍କ ଉପରେ ପ୍ରବଳ ଚାପ ପକାଯାଉଥିଲା ବୋଲି ସେ କହିଛନ୍ତି। ଆନନ୍ଦ ଗିରି ମଧ୍ୟ ଆଇଜି କେପି ସିଂହଙ୍କ ବିରୋଧରେ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମହନ୍ତଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe