ଖ୍ୟାତନାମା ଫେସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ

ଖ୍ୟାତନାମା ଫେସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ

ହାଇଦ୍ରାବାଦ : ଖ୍ୟାତନାମା ଫେସନ୍‌ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କର ଶନିବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନର ବାଥ୍‌ରୁମରୁ ପୁଲିସ ପ୍ରତ୍ୟୁଷାଙ୍କ ଶବ ଉଦ୍ଧାର କରିଛି। ଏହି ଖବର ଫେସନ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରତ୍ୟୁଷାଙ୍କ ବେଡ୍‌ରୁମରୁ କାର୍ବନ ମୋନୋଅକ୍ସାଇଡ ମଧ୍ୟ ମିଳିଥିବା ପୁଲିସ କହିଛି। ଏକ ଫରେନ୍ସିକ ଟିମ୍‌ ତଦନ୍ତ ଜାରି ରଖିଛି। ପ୍ରତ୍ୟୁଷାଙ୍କ ସଂପର୍କରେ ପ୍ରଥମେ ସିକ୍ୟୁରିଟି ଗାର୍ଡ ପୁଲିସକୁ ଖବର ଦେଇଥିଲେ। ତାଙ୍କ ଘରୁ କୌଣସି ଜବାବ ନ ମିଳିବାରୁ ସିକ୍ୟୁରିଟି ଗାର୍ଡ ପୁଲିସକୁ ଜଣାଇଥିଲେ ଏବଂ ପୁଲିସ କବାଟ ଭାଙ୍ଗି ଭିତରେ ପଶିଥିଲା ଏବଂ ବାଥ୍‌ରୁମରେ ପ୍ରତ୍ୟୁଷାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe