ଫେସନ୍‌ ଡିଜାଇନର୍‌ ଶର୍ବରୀ ଦତ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ଫେସନ୍‌ ଡିଜାଇନର୍‌ ଶର୍ବରୀ ଦତ୍ତଙ୍କ ସନ୍ଦେହଜନକ ମୃତ୍ୟୁ

India Aware

କୋଲକାତା : ସୁପ୍ରସିଦ୍ଧ ଫେସନ ଡିଜାଇନର୍‌ ଶର୍ବରୀ ଦତ୍ତଙ୍କ ୬୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟାରେ କୋଲକାତାର ବ୍ରାଣ୍ଡ୍‌ ଷ୍ଟ୍ରୀଟ୍‌ସ୍ଥିତ ତାଙ୍କ ବାସଭବନରେ ଥିବା ଏକ ବାଥ୍‌ରୁମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶର୍ବରୀଙ୍କ ମସ୍ତିଷ୍କାଘାତ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଡାକ୍ତର କହୁଥିବାବେଳେ ତାଙ୍କ ପରିବାର ଲୋକେ ସନ୍ଦେହଜନକ ମୃତ୍ୟୁ ବୋଲି ଦାବି କରିଛନ୍ତି। ତାଙ୍କ ପୁଅ ଫେସନ ଡିଜାଇନର୍‌ ଅମଲିନ ଦତ୍ତ କହିଛନ୍ତି, ମା’ ଏକା ରହୁଥିଲେ। ବୁଧବାର ଦିନ ତାଙ୍କ ସହ ଶେଷ ସାକ୍ଷାତ ହୋଇଥିଲା। ଗୁରୁବାର ସକାଳୁ ସେ ମା’ଙ୍କୁ ଦେଖି ନାହାନ୍ତି କିମ୍ବା ଫୋନ୍‌ରେ କଥା ହୋଇ ନାହାନ୍ତି। ଫୋନ୍‌ ରିସିଭ୍‌ ନ କରିବାରୁ ସେ ତାଙ୍କୁ ଭେଟିବା ପାଇଁ ଯାଇଥିଲେ। ହେଲେ ଘର ଭିତରେ ମା’ଙ୍କ ମୃତଦେହ ପଡ଼ିଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe