ନୂଆଦିଲ୍ଲୀ: ଦିଲ୍ଲୀ ଏନ୍ସିଆର୍ରେ ପ୍ରବଳ ବର୍ଷା ଯୋଗୁଁ କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଜଳମଗ୍ନ ସ୍ଥିତି ପାଇଁ ଫରିଦାବାଦରେ ଶୁକ୍ରବାର ଏକ ବଡ଼ ଅଘଟଣ ଘଟିଛି। ଜଣେ ବ୍ୟାଙ୍କ ମ୍ୟାନେଜର ଓ ଜଣେ କ୍ୟାସିୟର ଏକ ଏସ୍ୟୁଭିରେ ଯାଉଥିବା ବେଳେ ଜଳମଗ୍ନ ଥିବା ଫରିଦାବାଦ୍ ଅଣ୍ଡରପାସ୍ରେ ସେମାନଙ୍କ ଏସ୍ୟୁଭି ବୁଡ଼ିଗଲା । ଏହି ଘଟଣାାରେ ଉଭୟ ମ୍ୟାନେଜର ଏବଂ କ୍ୟାସିୟରଙ୍କ ମୃତ୍ୟୁ ଘଟିଛି। ପୁଲିସ ଅନୁଯାୟୀ ମୃତ ବ୍ୟାଙ୍କ ମାନେଜରଙ୍କ ନାଁ ପୁଣ୍ୟଶ୍ରେୟା ଶର୍ମା। ସେ ଗୁରୁଗ୍ରାମର ସେକ୍ଟର ୩୧ ସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କ୍ ମ୍ୟାନେଜର। ମୃତ କ୍ୟାସିୟରଙ୍କ ନାମ ବିରାଜ ଦ୍ବିବେଦୀ। ଶୁକ୍ରବାର ସନ୍ଧ୍ୟାରେ ସେମାନେ ଏକ ମହିନ୍ଦ୍ରା ଏକ୍ସୟୁଭି-୭୦୦ରେ ଫରିବାବାଦ ଫେରୁଥିବା ବେଳେ ବାଟରେ ଏହି ଅଘଟଣ ଘଟିଗଲା।
ସେମାନେ ପୁରୁଣା ଫରିଦାବାଦ ରେଳ ଅଣ୍ଡରପାସ୍ ନିକଟରେ ପହଞ୍ଚିବାପରେ ଦେଖିଥିଲେ ଯେ ସେଠାରେ ରାସ୍ତା ପାଣିରେ ବୁଡ଼ି ଯାଇଛି। କିନ୍ତୁ କେତେ ପାଣି ଅଛି ତାହା ଆକଳନ କରିପାରିଲେନି। କମ୍ ପାଣିଥିବ ଭାବି ଗାଡ଼ି ଆଗକୁ ବଢ଼ାଇଲେ କିନ୍ତୁ ଗାଡ଼ି ବୁଡ଼ିବାକୁ ଆରମ୍ଭ କରିବା ସମୟରେ ସେମାନେ ଗାଡ଼ିରୁ ବାହାରିବାକୁ ଚେଷ୍ଟା କରିଥି ବିଫଳ ହୋଇଥିଲେ। ପୁଲିସ କହିଛି ଖବର ପାଇ ଏକ ଟିମ୍ ଅଣ୍ଡରପାସ୍ ନିକଟରେ ପହଞ୍ଚିଲେ। ଶର୍ମାଙ୍କ ମୃତଦେହ ଗାଡ଼ିରୁ ବାହାର ଯାଇଥିବାବେଳେ ଦ୍ବିବେଦୀଙ୍କ ମୃତଦେହ କିଛି ଘଣ୍ଟା ଖୋଜାଖୋଜି କରିବାପରେ ଭୋର୍ ସମୟରେ ମିଳିଲା। ଉଲ୍ଲେଖଯୋଗ୍ୟ, ଗତ ଗୁରୁବାରଠାରୁ ଦିଲ୍ଲୀ ଏନ୍ସିଆର୍ରେ ପ୍ରବଳ ବର୍ଷା ହେଉଛି। ଶୁକ୍ରବାର ଦିଲ୍ଲୀରେ ଦ୍ବିତୀୟ ଦିନରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ସ୍ଥିତି ଦେଖିବାକୁ ମିଳିଛି। ଶୁକ୍ରବାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ସମସ୍ୟା ମଧ୍ୟ ଉପୁଜିଥିଲା। ଚଳିତ ମାସରେ ଦିଲ୍ଲୀ ୧ ହଜାର ମିମିରୁ ଅଧିକ ବର୍ଷା ଜଳ ଗ୍ରହଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/dFd5HfEojqzDpGdUfitL.jpg)