ଭର୍ସୋଭା ବେଳାଭୂମିରେ ଶୋଇଥିବା ବେଳେ ୨ ଜଣଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି; ଜଣେ ମୃତ

Advertisment
ଭର୍ସୋଭା ବେଳାଭୂମିରେ ଶୋଇଥିବା ବେଳେ ୨ ଜଣଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି; ଜଣେ ମୃତ

www.indiatoday.in

ମୁମ୍ବାଇ: ମୁମ୍ବାଇର ଭର୍ସୋଭା ବେଳାଭୂମିରେ ଶୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏସୟୁଭି ଚଢ଼ିଯିବାରୁ ଜ‌ଣେ ୩୬ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଅଗଷ୍ଟ ୧୨ ତାରିଖ ସକାଳେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ରିକ୍ସା ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଗଣେଶ ଯାଦବ ଏବଂ ବାବୁଲ ଶ୍ରୀବାସ୍ତବ ସହରରେ ହେଉଥିବା ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଭର୍ସୋଭା ବେଳାଭୂମିରେ ଶୋଇଥିଲେ ସେତେବେଳେ ସେ ଦୁହିଁଙ୍କ ଉପରେ ଏକ ବିଳାସମୟ ଗାଡ଼ିଟି ଆସି ଚଢ଼ି ଯାଇଥିଲା।

ପୁଲିସର ସୂଚନାନୁସାରେ, ଶ୍ରୀବାସ୍ତବ ହଠାତ୍ ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିବାରୁ ଉଠି ପଡ଼ିଥିଲେ, ଏହାପରେ ସେ ତାଙ୍କ ପାଖରେ ଶୋଇଥିବା ଗଣେଶଙ୍କ ଉପରେ ଏକ କାର ଚଢ଼ି ଯିବାର ଦେଖିଥିଲେ।
ଏହି ଘଟଣାରେ ଶ୍ରୀବାସ୍ତବଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା ​​ଏବଂ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। କାର ଡ୍ରାଇଭର ଏବଂ ତାଙ୍କ ସାଙ୍ଗ ଗାଡିରୁ ବାହାରି ଆସିଥିଲେ। ମାତ୍ର ସ୍ଥାନୀୟ ‌ଲୋକ ଏକତ୍ରିତ ହୋଇ ପ୍ରତିକ୍ରିୟାଶୀଳ ହେବାର ଦେଖି ସେମାନେ ନିଜ ଗାଡିରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ପୁଲିସ କହିଛି।

ପରେ ବାବୁଲୁ ଶ୍ରୀବାସ୍ତବ ଏବଂ ଗଣେଶ ଯାଦବଙ୍କୁ ସହରର କପର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ କାର ଡ୍ରାଇଭର ନିଖିଲ ଜାଭେଲ (୩୪) ଏବଂ ତାଙ୍କ ବନ୍ଧୁ ଶୁଭମ ଡୋଙ୍ଗ୍ରେ (୩୩) ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ସେମାନଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe