ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ଠାରୁ ୩୦୦୦ରୁ ଊର୍ଦ୍ଧ୍ବ ଭୋଟ୍‌ରେ ଆଗୁଆ

Advertisment
ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ଠାରୁ ୩୦୦୦ରୁ ଊର୍ଦ୍ଧ୍ବ ଭୋଟ୍‌ରେ ଆଗୁଆ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ୍‌ ଗଣନା ଚାଲିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ଆସନ ବୋଲି କୁହାଯାଉଥିବା ନନ୍ଦୀଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ତାଙ୍କର ପ୍ରତିଦ୍ବନ୍ଦ୍ବୀ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ଠାରୁ ଆଗୁଆ ରହିଛନ୍ତି।

ଭାରତର ନିର୍ବାଚନ କମିସନ୍‌ରୁ ପ୍ରାପ୍ତ ସୂଚନା ଅନୁସାରେ ସକାଳ ୯.୪୬ ସୁଦ୍ଧା ଶୁଭେନ୍ଦୁ ମମତାଙ୍କ ଠାରୁ ୩୦୦୦ରୁ ଊର୍ଦ୍ଧ୍ବ ଭୋଟ୍‌ରେ ଆଗୁଆ ରହିଛନ୍ତି। ଗଣନା ଆରମ୍ଭ ହେବାର କିଛି ସମୟ ପରେ ଉପରୋକ୍ତ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗୁଆ ରହିଥିଲେ।

publive-image Image Courtesy of The Financial Express

ଉଲ୍ଲେଖଯୋଗ୍ୟ, ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ବିଜେପିରେ ଯୋଗ ଦେବା ପରେ କହିଥିଲେ ଯେ, ସେ ନନ୍ଦୀଗ୍ରାମରେ ମମତାଙ୍କ ଠାରୁ ୫୦,୦୦୦ରୁ ଅଧିକ ଭୋଟ୍‌ରେ ବିଜୟୀ ହେବେ। ଦକ୍ଷିଣ କୋଲ୍‌କାତାରେ ଏକ ରାଲିରେ ଶୁଭେନ୍ଦୁ କହିଥିଲେ, ଏ କଥା ସମୟ ଓ ତାରିଖ ସହ ଟିପି ରଖନ୍ତୁ। ତାଙ୍କୁ ଅଧ ଲକ୍ଷ ଭୋଟ୍‌ରେ ପରାସ୍ତ ନ କରି ପାରିଲେ ମୁଁ ରାଜନୀତି ଛାଡ଼ିଦେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe