୧୨୫ କୋଟି ଭାରତୀୟ ହିଁ ସ୍ୱଚ୍ଛତା ଆଣିପାରିବେ : ମୋଦି

Advertisment

ସ୍ୱଚ୍ଛ ଭାରତ ଅଭିଯାନକୁ ୩ ବର୍ଷ ପୂର୍ତ୍ତି

ସ୍ୱଚ୍ଛ ଭାରତ ଅଭିଯାନକୁ ୩ ବର୍ଷ ପୂର୍ତ୍ତି

୧୨୫ କୋଟି ଭାରତୀୟ ହିଁ ସ୍ୱଚ୍ଛତା ଆଣିପାରିବେ : ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୪୮ ତମ ଜନ୍ମ ଶତବାର୍ଷିକୀରେ ନୂଆଦିଲ୍ଲୀର ରାଜଘାଟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ୨୦୧୪ ମସିହାର ଠିକ୍‌ ଆଜିର ଦିନରେ ଗାନ୍ଧୀ ଜୟନ୍ତୀରେ ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ୨୦୧୯ ସୁଦ୍ଧା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସାରା ଭାରତରେ ସ୍ୱଚ୍ଛତା ଆସିବ ଏବଂ ଖୋଲାରେ ମଳତ୍ୟାଗ ବନ୍ଦ ହେବ। ସ୍ୱଚ୍ଛ ଭାରତ ଅଭିଯାନର ତୃତୀୟ ବାର୍ଷିକ ଉତ୍ସବରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଏହାର ସ୍ୱଚ୍ଛ ଭାରତ ଅଭିଯାନରେ ସଫଳ ହୋଇପାରିବନି ଯେପର୍ଯ୍ୟନ୍ତ ସ୍ୱଚ୍ଛତାକୁ ନେଇ ଭାରତୀୟଙ୍କ ଚିନ୍ତାଧାରା ଏବଂ ସ୍ୱଭାବ ନବଦଳିଛି। ମୋଦି କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଉଭୟ ବ୍ୟବସ୍ଥା ଏବଂ ବିଚାର ଦ୍ୱାରା ହିଁ ସଫଳ ହୋଇପାରିବ। ସେ କହିଛନ୍ତି ଯଦି ଦେଶର ୧୨୫ କୋଟି ନାଗରିକ ଏକାଠି ହୋଇଯିବେ ତେବେ କୌଣସି ଗୋଟିଏ ହେଲେ ଲକ୍ଷ୍ୟ ହାସଲ ବି ଅସଫଳ ରହିବ ନାହିଁ। ଏପରିକି ୧୦୦୦ ମହାତ୍ମା ଗାନ୍ଧୀ, ଲକ୍ଷେ ମୋଦି, ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ରାଜ୍ୟ ସରକାର ଏକାଠି ହେଲେ ମଧ୍ୟ ସ୍ୱଚ୍ଛ ଭାରତର ସ୍ୱପ୍ନ ସମ୍ପୂର୍ଣ୍ଣ ହୋଇପାରିବନି। କିନ୍ତୁ ଯଦି ୧୨୫ କୋଟି ଭାରତୀୟ ଏକାଠି ହେବେ ତେବେ ଏହି ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ କହିଛନ୍ତି। ସ୍ୱପ୍ନ ଏବଂ ବାସ୍ତବତା ମଧ୍ୟରେ ଥିବା ଦୂରତାକୁ ଦର୍ଶାଇ ମୋଦି କହିଛନ୍ତି ଯେ ସମସ୍ତ ବ୍ୟକ୍ତି କେବଳ ସ୍ୱଚ୍ଛତାକୁ ଭଲ ପାଉଛନ୍ତି, କିନ୍ତୁ କେହି ବ୍ୟକ୍ତିଗତ ଭାବେ ଏହି ଦାୟିତ୍ୱ ହାତକୁ ନେଉନାହାନ୍ତି। ସ୍ୱପ୍ନ ପୂରଣରେ ଏହା ହିଁ ଅଭାବ। ସ୍ୱଚ୍ଛତା ପାଇଁ ସରକାରଙ୍କ ଉପରେ ନିର୍ଭର ନକରି ପ୍ରତ୍ୟେକ ବ୍ୟକ୍ତି ନିଜକୁ ଏଥିରେ ସାମିଲ କରିବା ଉଚିତ୍‌। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡ଼ୁ ମଧ୍ୟ ରାଜଘାଟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe