ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ଶାହ

Advertisment
ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ଶାହ

୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଥିଲେ। ଏହି ଅବସରରେ ସାଧ୍ବୀ ପ୍ରଜ୍ଞାଙ୍କ ବୟାନକୁ ନେଇ ପଚରା ଯାଇଥିବା ପ୍ରଶ୍ନରେ ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଥିଲେ ଯେ ଗଡସେ-ଗାନ୍ଧୀ ବୟାନ ଦେଇ ବିବାଦ ସୃଷ୍ଟି କରୁଥିବା ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କୁ ଜବାବ ରଖିବାକୁ ୧୦ ଦିନ ସମୟ ଦିଆଯାଇଛି ଏବଂ ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧ୍ବୀ ପ୍ରଜ୍ଞାଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ଦଳର ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଶ୍ଚିତ ବୋଲି ଶାହ କହିଥିଲେ। ତେବେ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରାଯିବା ସଂକ୍ରାନ୍ତ ପ୍ରଶ୍ନରେ ଶାହ କହିଥିଲେ ଯେ ହିନ୍ଦୁ ଆତଙ୍କବାଦ ଶବ୍ଦ ତିଆରି କରି ଦେଶରେ ଯେଉଁ ବାତାବରଣ ସୃଷ୍ଟି କରାଯାଉଛି ତାହା ବିରୋଧରେ ସାଧ୍ବୀଙ୍କ ପ୍ରାର୍ଥୀତ୍ବ ଆମର ସତ୍ୟାଗ୍ରହ। ହିନ୍ଦୁ ଆତଙ୍କବାଦ ଶବ୍ଦ ତିଆରି କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ ବୋଲି ଶାହ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe