ପରଲୋକରେ ସ୍ୱାମୀ ଅଗ୍ନିବେଶ

ସ୍ୱାମୀ ଅଗ୍ନିବେଶଙ୍କୁ ମୁଁ ଯେମିତି ଜାଣେ

RNZ

ନୂଆଦିଲ୍ଲୀ : ବରିଷ୍ଠ ଆର୍ଯ୍ୟ ସମାଜ ନେତା ସାମାଜିକ କର୍ମୀ ସ୍ବାମୀ ଅଗ୍ନିବେଶଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ଗତ ମଙ୍ଗଳବାରଠାରୁ ସ୍ବା‌ସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ମାତ୍ର ଆଜି ସନ୍ଧ୍ୟାରେ ହୃଦ୍‌ଘାତ ହୋଇଥିଲା। ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବାରୁ ତାଙ୍କର ପରଲୋକ ‌ହୋଇଛି ବୋଲି ନୂଆଦିଲ୍ଲୀର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବାଇଲାରି ସାଇନ୍‌ସ’ ପକ୍ଷରୁ ପ୍ରକାଶ କରାଯାଇଛି।

ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀସ୍ଥିତ ୭ ଜନ୍ତର ମନ୍ତର ରୋଡ୍‌ସ୍ଥିତ ବନ୍ଧୁଆ ମୁକ୍ତିମୋର୍ଚା ଅଫିସ୍‌ ପରିସରରେ ଆସନ୍ତାକାଲି ସକାଳ ୧୧ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଏହି ସମୟରେ ସମସ୍ତ ପ୍ରକାର କୋଭିଡ୍‌ ନିୟମ ମାନି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇପାରିବ ବୋଲି ବନ୍ଧୁଆ ମୁକ୍ତିମୋର୍ଚାର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଫେସର ବିଠଲ୍‌ ରାଓ ଆର୍ଯ୍ୟ ସୂଚନା ଦେଇଛନ୍ତି। ଅପରାହ୍ଣ ୪ଟାରେ ଗୁରୁଗ୍ରାମର ବହଳପାସ୍ଥିତ ଅଗ୍ନିଲୋକ ଆଶ୍ରମ ପରିସରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଅଗ୍ନିବେଶ ଜଣେ ବିପ୍ଳବୀ ଧାର୍ମିକ ନେତା ଥିଲେ। ଧର୍ମ ନାମରେ କୁଂସ୍କାର ଓ ଅନ୍ଧବିଶ୍ବାସକୁ ସେ ତୀବ୍ର ବିରୋଧ କରୁଥିଲେ। ୧୯୩୯ ମସିହା ସେପ୍‌ଟେମ୍ବର ୨୧ରେ ଆନ୍ଧ୍ରପ୍ରଦେଶର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। କୋଲକାତାର ସେଣ୍ଟ ଜାଭିୟର୍ସ କଲେଜରୁ ସେ ଆଇନ୍‌ ଏବଂ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଭାରତୀୟ ରାଜନୀତିରେ ମଧ୍ୟ ସେ ସକ୍ରିୟ ଥିଲେ। ୧୯୭୭ରେ ସେ ପ୍ରଥମ ଥର ହରିୟାଣା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ‌ହୋଇ ଶିକ୍ଷାମନ୍ତ୍ରୀ ହୋଇଥି‌ଲେ। କିନ୍ତୁ ମାତ୍ର ୨ ବର୍ଷ କାର୍ଯ୍ୟ କରିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୧୯୭୦ରେ ସେ ‘ଆର୍ଯ୍ୟ ସଭା’ ନାମରେ ଦଳ ଗଠନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe