ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ

Advertisment
ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ

ନୂଆଦିଲ୍ଳୀ: ଆଇନ୍‌ ଛାତ୍ରୀଙ୍କ ଦୁଷ୍କର୍ମ ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ସାଂସଦ-ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଚିନ୍ମୟାନନ୍ଦଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଓମ ସିଂ ସୂଚନା ଦେଇ କହିଛନ୍ତି କି ଅଦାଲତ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି।

ସେହିପରି ଏହି ଘଟଣାରେ ସ୍ବାମୀ ଚିନ୍ମୟାନନ୍ଦଙ୍କ ପକ୍ଷରୁ ବ୍ଲାକମେଲିଂ ଓ ୫ କୋଟି ଟଙ୍କାର ଅର୍ଥ ଦାବି କରାଯାଉଥିବା ଅଭିଯୋଗ ଆଣି ଆଇନ ଛାତ୍ରୀ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ମଧ୍ୟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ। ଦୁଇ ମାମଲାରେ ସାକ୍ଷୀମାନେ ସହଯୋଗ ନ କରିବା ହେତୁ ପ୍ରମାଣ ଅଭାବରୁ ଅଦାଲତ ମାମଲାର ଫଇସାଲା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୁଷ୍କର୍ମ ଅଭିଯୋଗ ଆଣିଥିବା  ଛାତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ଟ୍ରଷ୍ଟ ଦ୍ବାରା ପରିଚାଳିତ ଆଇନ କଲେଜରେ ପଢ଼ୁଥିବା ବେଳେ ସେଠାରେ ହଷ୍ଟେଲରେ ରହୁଥିଲେ। ୨୦୧୯ ମସିହା ଅଗଷ୍ଟ ୨୩ ତାରିଖ ଦିନ ହଠାତ୍ ଛାତ୍ରୀଙ୍କ ମୋବାଇଲ୍ ସୁଇଚଅଫ୍ ହୋଇଯାଇଥିଲା। ଏହାପରେ ତାଙ୍କ ବାପା ଛାତ୍ରୀ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରୁ ଜାଣିବାକୁ ପାଇଥିଲେ କି ଝିଅକୁ ଅଟକ ରଖାଯାଇଛି ଓ ଦୁଷ୍କର୍ମ ଉଦ୍ୟମ ହୋଇଛି। ଅଗଷ୍ଟ ୨୪ ତାରିଖ ଦିନ ଛାତ୍ରୀ ନିଖୋଜ ହୋଇ ଯାଇଥିଲେ। ତା’ପରେ ଛାତ୍ରୀଙ୍କ ବାପା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ମାତ୍ର ୨୦୨୦ ମସିହା ଅକ୍ଟୋବର ୨୩ ତାରିଖରେ ଆଇନ୍‌ ଛାତ୍ରୀ ଜଣକ ନିଜ ପକ୍ଷରୁ ମାମଲାରୁ ଓହରି ଯାଇ ସେ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିଥିବା ଅସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe