ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି। ଆଇନ ମୁତାବକ ଏଭଳି କାର୍ଯ୍ୟ ପାଇଁ ସୁପ୍ରିମ୍ କୋର୍ଟଙ୍କ ଅନୁମୋଦନ ଜରୁରୀ ନୁହେଁ ଏବଂ ସରକାର ଅଦାଲତଙ୍କ ରାୟକୁ ଅପେକ୍ଷା ନକରି ମନ୍ଦିର ନିର୍ମାଣ ଯଥାଶୀଘ୍ର ଆରମ୍ଭ କରିବାକୁ ସେ କହିଛନ୍ତି। ଏହି ପତ୍ରରେ ରାମସେତୁକୁ ଜାତୀୟ ଐତିହ୍ୟସ୍ଥଳ ମାନ୍ୟତା ଦେବାପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ସରକାର ସାର୍ବଜନୀନ ସ୍ବାର୍ଥରେ ଯେ କୌଣସି ସମ୍ପତ୍ତି ବା ଜମିକୁ ନିଜ ନିୟନ୍ତ୍ରଣକୁ ନେବା ଅଧିକାର ରଖୁଥିବାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।
ମୋଦୀଙ୍କୁ ସ୍ବାମୀଙ୍କ ପତ୍ର, ରାମ ମନ୍ଦିର ନିର୍ମାଣ ଆରମ୍ଭ ଦାବିକଲେ
Advertisment
Follow Us