ଉତ୍ତରପ୍ରଦେଶରେ ବିଜେପିକୁ ଝଟକା, ଇସ୍ତଫା ଦେଇ ସପା ହାତ ଧରିଲେ ମନ୍ତ୍ରୀ

Advertisment
ଉତ୍ତରପ୍ରଦେଶରେ ବିଜେପିକୁ ଝଟକା, ଇସ୍ତଫା ଦେଇ ସପା ହାତ ଧରିଲେ ମନ୍ତ୍ରୀ

ଲଖନଉ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି | ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୋୖର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେ ଏସପି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ବିଏସପି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଏବଂ ପରେ ମାୟାବତୀଙ୍କୁ ଛାଡି ଏସପିରେ ଯୋଗ ଦେଇଥିଲେ।

ଆଜି ଖୋଦ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜେ ଟ୍ୱିଟ୍ କରି ସ୍ୱାମୀ ପ୍ରସାଦ ମୋୖର୍ଯ୍ୟ ଏସପିରେ ଯୋଗଦେବା ବିଷୟରେ ସୂଚନା ଦେଇଛନ୍ତି। ଅଖିଳେଶ ଯାଦବ ଲେଖିଛନ୍ତି, 'ସାମାଜିକ ନ୍ୟାୟ ଏବଂ ସମାନତା ପାଇଁ ସଂଗ୍ରାମ କରିଥିବା ଲୋକପ୍ରିୟ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜୀ ଏବଂ ତାଙ୍କ ସହ ଆସିଥିବା ଅନ୍ୟ ସମସ୍ତ ନେତା, କର୍ମୀ ଏବଂ ସମର୍ଥକଙ୍କୁ ଏସପିକୁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭେଚ୍ଛା।'


କୁହାଯାଉଛି ଯେ ସ୍ୱାମୀ ପ୍ରସାଦ ମୋୖର୍ଯ୍ୟଙ୍କ ବ୍ୟତୀତ ଆହୁରି ଅନେକ ନେତା ଏବଂ ବିଧାୟକ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe