ସ୍ବାମୀ ସତ୍ୟମିତ୍ରାନନ୍ଦଙ୍କ ପରଲୋକ

Advertisment
ସ୍ବାମୀ ସତ୍ୟମିତ୍ରାନନ୍ଦଙ୍କ ପରଲୋକ

ଡେରାଡ଼ୁନ୍‌: ସ୍ବାମୀ ସତ୍ୟମିତ୍ରାନନ୍ଦ ଗିରି ମହାରାଜଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ସ୍ବାମୀ ସତ୍ୟମିତ୍ରାନନ୍ଦ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭାରତ ମାତା ଜନହିତ ଟ୍ରଷ୍ଟ୍‌ର ମୁଖ୍ୟ ସ୍ବାମୀ ସତ୍ୟମିତ୍ରାନନ୍ଦଙ୍କୁ ଆସନ୍ତାକାଲି ହରିଦ୍ବାରର ରାଘବ କୁଟିରରେ ସମାଧି ଦିଆଯିବ। ସ୍ବାମୀଜୀ ସନ୍ଥ ସମାଜ ପାଇଁ ଜଣେ ଆଦର୍ଶ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ସ୍ବାମୀଜୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe