ଝାଡ଼ଖଣ୍ଡ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କୁ ଆଜି ଝାଡ଼ଖଣ୍ଡରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସୂଚନାନୁଯାୟୀ, ସ୍ୱାମୀ ଅଗ୍ନିବେଶ ଆଜି ରାଞ୍ଚିଠାରୁ ୩୬୫ କିମି ଦୂର ପକୁର ସ୍ଥିତ ହୋଟେଲ୍ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ବିଜେପି କର୍ମୀମାନେ ତାଙ୍କୁ ବିଧା ଗୋଇଠା ମାରିବା ସହ ତଳେ ପକାଇ ଦେଇଥିଲେ। ଆକ୍ରମଣ ଯୋଗୁ ତାଙ୍କ ପୋଷାକ ଚିରିଯାଇଛି। ବିଜେପି କର୍ମୀମାନେ ୮୦ ବର୍ଷୀୟ ସ୍ୱାମୀ ଅଗ୍ନିବେଶଙ୍କୁ ମାରଧର କରିବା ସହ ତାଙ୍କ ବିରୋଧରେ କଳା ପତାକା ଦେଖାଇବା ସହ ସ୍ଲୋଗାନ୍ ଦେଇଥିଲେ। କିଛି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଯେ ବିଜେପି ଯୁବଶାଖା କର୍ମୀମାନେ ସ୍ୱାମୀଙ୍କ ଗସ୍ତକୁ ବିରୋଧ କରୁଥିଲେ। ନିକଟରେ ସ୍ୱାମୀ ଗୋମାଂସ ଖାଇବା ସପକ୍ଷରେ ଦେଇଥିବା କିଛି ବୟାନ ପାଇଁ ମଧ୍ୟ ଅନେକ ବିଜେପି କର୍ମୀ କ୍ଷୁବ୍ଧ ଥିଲେ। ତେଣୁ ସେମାନେ ଏହି ଆକ୍ରମଣ ଘଟାଇଥିବା କୁହାଯାଉଛି। ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ସ୍ୱାମୀଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ଅନ୍ୟପକ୍ଷରେ ବିଜେପି ଏଥିରୁ ନିଜକୁ ଦୂରେଇ ରଖିଛି। ଏହାର କୌଣସି କର୍ମୀ ଏହି ଆକ୍ରମଣରେ ସମ୍ପୃକ୍ତ ନାହାନ୍ତି ବୋଲି ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଏହି ଘଟଣାରେ ୨୦ ଆକ୍ରମଣକାରୀଙ୍କୁ ଅଟକ ରଖିଛି।
ସ୍ୱାମୀ ଅଗ୍ନିବେଶଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ
Advertisment
Follow Us