ବିଜେପିକୁ ଟାଟା ଗ୍ରୁପ୍‌ର ମୋଟା ଚାନ୍ଦା ପଛରେ ଏୟାର ଇଣ୍ଡିଆକୁ ହାତେଇବା ନିହିତ ଉଦ୍ଦେଶ୍ୟ ନୁହେଁ ତ? ପ୍ରଶ୍ନ କଲେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ

ବିଜେପିକୁ ଟାଟା ଗ୍ରୁପ୍‌ର ମୋଟା ଚାନ୍ଦା ପଛରେ ଏୟାର ଇଣ୍ଡିଆକୁ ହାତେଇବା ନିହିତ ଉଦ୍ଦେଶ୍ୟ ନୁହେଁ ତ? ପ୍ରଶ୍ନ କଲେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ

Republic India

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପରିଚାଳନାଧୀନ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ସଂପ୍ରତି ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇ ଏକ ସଙ୍କଟଜନକ ସ୍ଥିତି ମଧ୍ୟ ଦେଇ ଗତ କରୁଛି। ଏ ପରିପ୍ରେକ୍ଷୀରେ କେନ୍ଦ୍ରର ‌େମାଦୀ-୨ ସରକାର ନିଲାମୀ ଜରିଆରେ ଏୟ‌ାର ଇଣ୍ଡିଆକୁ ଘରୋଇ ସଂସ୍ଥାକୁ ବିକ୍ରୟ କରିଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କେଉଁ ଘରୋଇ ସଂସ୍ଥା ଏୟ‌ାର ଇଣ୍ଡିଆକୁ କ୍ରୟ କରିବ, ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଦେଶର ଅନ୍ୟତମ ପ୍ରମୁଖ ଘରୋଇ କମ୍ପାନି ଟାଟା ଗ୍ରୁପ୍‌ ଏକ୍ଷେତ୍ରରେ ଯଥେଷ୍ଟ ଆଗରେ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମମାନଙ୍କରେ ରିପୋର୍ଟ ପ୍ରକାଶିତ ହୋଇଛି।

ତେବେ, ଏ ମାମଲାରେ ‌େମାଦୀ ସରକାର ଓ ବିଜେପି ଦଳକୁ କାଠଗଡ଼ା ଭିତରକୁ ଟାଣି ଆଣିଛନ୍ତି ଖୋଦ୍‌ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ। ନିଜର ଏକ ଟୁଇଟ୍‌ରେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି ଯେ ଟାଟା ଗ୍ରୁପ୍‌ ଶାସକ ବିଜେପି ଦଳକୁ ମୋଟା ଅଙ୍କର ରାଜନୈତିକ ଚାନ୍ଦା ଦେଇଛି। ତେବେ, ଏଇ ମୋଟା ଅଙ୍କର ଚାନ୍ଦା ଦେବା ପଛରେ ଏୟାର ଇଣ୍ଡିଆକୁ ହାତେଇବା ଟାଟା ଗ୍ରୁପ୍‌ର ନିହିତ ଉଦ୍ଦେଶ୍ୟ ନୁହେଁ ତ?

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ବିଜେପି ୪୭୨ କୋଟି ଟଙ୍କାର ରାଜନୈତିକ ଚାନ୍ଦା ପାଇଛି। ଏହି ଚାନ୍ଦାର ୭୫ ପ୍ରତିଶତ ଅର୍ଥାତ୍‌ ୩୫୬ କୋଟି ମିଳିଛି ଟାଟା ଗ୍ରୁପ୍‌ର ଅନ୍ୟତମ ସହଯୋଗୀ ସଂସ୍ଥା ପ୍ରୋଗ୍ରେସିଭ୍‌ ଇଲେକ୍‌ଟ୍ରରାଲ ଟ୍ରଷ୍ଟ (ପିଇଟି) ଠାରୁ। ତେବେ, ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଏ ଟୁଇଟ୍‌ ପରେ ଏହାକୁ କେନ୍ଦ୍ର କରି ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe