ମହାରାଷ୍ଟ୍ର ନିର୍ବାଚନ : ଶରଦ ପାଓ୍ବାରଙ୍କ ୩ୟ ତାଲିକା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହିତ ପ୍ରାର୍ଥୀଙ୍କ ନାମ ଘୋଷଣା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଶରଦ ପାୱାରଙ୍କ ଦଳ ଏନସିପି (ଏସପି) ରବିବାର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କ ନାମ ମଧ୍ୟ ରହିଛି।

swara

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହିତ ପ୍ରାର୍ଥୀଙ୍କ ନାମ ଘୋଷଣା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଶରଦ ପାୱାରଙ୍କ ଦଳ ଏନସିପି (ଏସପି) ରବିବାର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କ ନାମ ମଧ୍ୟ ରହିଛି। ଶରଦ ପାୱାର ଅନୁଶକ୍ତିନଗରରୁ ଫହାଦଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି। ଏନସିପି (ଏସପି)ର ତୃତୀୟ ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହା ସହିତ ଏନସିପି (ଶରଦ ପାୱାର ଗୋଷ୍ଠୀ) ଏପର୍ଯ୍ୟନ୍ତ ମୋଟ ୭୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏନସିପି (ଏସପି) ପକ୍ଷରୁ ଜାରି ୩ୟ ତାଲିକାରେ ୯ଟି ଆସନ ପାଇଁ ପ୍ରାର୍ଥୀ ସ୍ଥିର କରାଯାଇଛି। ଅନ୍ୟ ପ୍ରାର୍ଥୀମାନେ ହେଲେ କରଞ୍ଜା ବିଧାନସଭା ଆସନରୁ ଗୟାକ ପାଟନୀ, ହିଙ୍ଗନଘାଟରୁ ଅତୁଲ ଭାଣ୍ଡିଲେ, ଅନୁଶକ୍ତିନଗରରୁ ହିଙ୍ଗନା ରମେଶ ବାଙ୍ଗ, ଫହାଦ ଅହମ୍ମଦ, ଚିଞ୍ଚୱାଡରୁ ରାହୁଲ କଲାଟେ, ଭୋସରୀରୁ ଅଜିତ ଗାୱନେ, ମାଜଲଗାଓଁରୁ ମୋହନ ବାଜିରାଓ ଜଗତାପ, ପାରାଲରୁ ରାଜେସାହେବ ଦେଶମୁଖ ଓ ମୋହୋଲରୁ ସିଦ୍ଧି ରମେଶ କଦମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe