କପିରାଇଟ୍‌ ସମସ୍ୟା ନେଇ ବନ୍ଦ୍‌ ହେଲା ସ୍ବରାଙ୍କ ‘ଏକ୍ସ’ ଆକାଉଣ୍ଟ୍‌

Advertisment

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଏକ୍ସ ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ୍‌ କରି ଦିଆଯାଇଛି। ତାଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌କୁ ନେଇ ତାଙ୍କ ଆକାଉଣ୍ଟ୍‌କୁ ବନ୍ଦ୍‌ କରି ଦିଆଯାଇଛି।

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଏକ୍ସ ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ୍‌ କରି ଦିଆଯାଇଛି। ତାଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌କୁ ନେଇ ତାଙ୍କ ଆକାଉଣ୍ଟ୍‌କୁ ବନ୍ଦ୍‌ କରି ଦିଆଯାଇଛି।

Swra

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଏକ୍ସ ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ୍‌ କରି ଦିଆଯାଇଛି। ତାଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌କୁ ନେଇ ତାଙ୍କ ଆକାଉଣ୍ଟ୍‌କୁ ବନ୍ଦ୍‌ କରି ଦିଆଯାଇଛି। ସେ ଇନଷ୍ଟାଗ୍ରାମରେ ଏକ ଖବର ସେୟାର କରି ଏହି ନିଷ୍ପତ୍ତିକୁ "ହାସ୍ୟସ୍ପଦ ଏବଂ ଅସମ୍ଭବ" ବୋଲି ସମାଲୋଚନା କରିଥିବାର ଦେଖିବାକୁ ମିଳିଥିଲା। 

ତାଙ୍କ ପୋଷ୍ଟରେ ଅଭିନେତ୍ରୀ ବ୍ୟାଖ୍ୟା ଦୁଇଟି ନିର୍ଦ୍ଦିଷ୍ଟ ଚିତ୍ର ପୋଷ୍ଟ୍‌ କରିଥିଲେ। ତାହା କପିରାଇଟ୍ ଉଲ୍ଲଂଘନ ଅଭିଯୋଗ ହେବା ପରେ ତାଙ୍କ ଏକ୍ସ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ୍‌ କରି ଦିଆଯାଇଛି। 

ତାଙ୍କର  ଗୋଟିଏ ଚିତ୍ରରେ ହିନ୍ଦୀରେ ଏକ ଜଣାଶୁଣା ସ୍ଲୋଗାନ ଥିଲା: "ଗାନ୍ଧୀ, ଆମେ ଲଜ୍ଜିତ; ତୁମର ହତ୍ୟାକାରୀମାନେ ଏବେ ବି ଜୀବିତ ଅଛନ୍ତି।" ଅନ୍ୟଟିରେ ପିଲାଟି ଗଣତନ୍ତ୍ର ଦିବସରେ ଭାରତୀୟ ପତାକା ଉଡ଼ାଉଥିବାର ଏକ ଫଟୋ ଥିଲା, ଯେଉଁଥିରେ ପିଲାଟିର ମୁହଁ ଲୁଚାଇ ରଖାଯାଇଥିଲା।

ଏଗୁଡ଼ିକ କିପରି କପିରାଇଟ୍ ଉଲ୍ଲଂଘନ ହୋଇପାରେ ବୋଲି ସ୍ବରାଙ୍କ ପ୍ରଶ୍ନର ଉତ୍ତରରେ ତ‌ାଙ୍କୁ କୁହାଯାଇଛି ଯେ ଏକାଧିକ ଜଣ ରିପୋର୍ଟ କରିବା ଦ୍ବାରା ଏପରି ହୋଇଥାଏ।

ସେ ତାଙ୍କ ନିଷ୍ପତ୍ତି ପୁନର୍ବିଚାର କରିବାକୁ ଏକ୍ସକୁ ଅନୁରୋଧ କରି କହିଛନ୍ତି, "ଯଦି ଏହି ଟ୍ୱିଟଗୁଡ଼ିକ ଗଣ ରିପୋର୍ଟ କରାଯାଇଛି, ତେବେ ଏହା ମୋତେ ହଇରାଣ କରିବା ଏବଂ ମୋର ବାକ୍ ସ୍ୱାଧୀନତାକୁ ଦମନ କରିବାର ଏକ ପ୍ରୟାସ।’’ଏହାକୁ ନେଇ ନିଜର କ୍ଷୋଭ ପ୍ରକାଶ କରି କହନ୍ତି ତି ତାଙ୍କ ମତ ବ୍ୟକ୍ତ କରିବାର ଅଧିକାରୁ ଛଡ଼ାଇ ନିଆଯାଉଛି।

ଉଲ୍ଳେଖଯୋଗ୍ୟ, ତାଙ୍କର ସ୍ପଷ୍ଟବାଦୀ ରାଜନୈତିକ ଦୃଷ୍ଟିକୋଣ ପାଇଁ ପ୍ରାୟ ସମେସ୍ତ ଜାଣନ୍ତି। ଭାସ୍କର ପ୍ରାୟତଃ ଅନଲାଇନରେ ସମାଲୋଚନାର ସମ୍ମୁଖୀନ ହୋଇଥାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe