ଶିଳ୍ପପତି ଲର୍ଡ ସ୍ବରାଜ ପଲଙ୍କ ପରଲୋକ

ପ୍ରଖ୍ୟାତ ଏନଆରଆଇ ଶିଳ୍ପପତି ଏବଂ ସମାଜସେବୀ ଲର୍ଡ ସ୍ୱରାଜ ପଲଙ୍କର ଗୁରୁବାର ସନ୍ଧ୍ୟାରେ ୯୪ ବର୍ଷ ବୟସରେ ଲଣ୍ଡନରେ ପରଲୋକ ହୋଇଛି। ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । 

swarj pal

ଲଣ୍ଡନ: ପ୍ରଖ୍ୟାତ ଏନଆରଆଇ ଶିଳ୍ପପତି ଏବଂ ସମାଜସେବୀ ଲର୍ଡ ସ୍ୱରାଜ ପଲଙ୍କର ଗୁରୁବାର ସନ୍ଧ୍ୟାରେ ୯୪ ବର୍ଷ ବୟସରେ ଲଣ୍ଡନରେ ପରଲୋକ ହୋଇଛି। ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । 

ବୟସ ଜନିତ ଅସୁସ୍ଥତା କାରଣରୁ ତାଙ୍କୁ କିଛିଦିନ ତଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ତାଙ୍କ ପରିବାର ଲୋକଙ୍କ ଗହଣରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୟୁକେରେ କାପାରୋ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିଥିବା ଲର୍ଡ ସ୍ୱରାଜ ପଲଙ୍କ ଜନ୍ମ ପଞ୍ଜାବର ଜଳନ୍ଧରରେ ହୋଇଥିଲା। ୧୯୬୬ ମସିହାରେ ସେ ତାଙ୍କ ଝିଅ ଅମ୍ବିକାଙ୍କ ଚିକିତ୍ସା ପାଇଁ ୟୁକେ ଯାଇଥିଲେ। ଅମ୍ବିକା ପରେ ଲ୍ୟୁକେମିଆରେ ମୃତ୍ୟୁବରଣ କରିଥିଲେ। ତା'ପରେ ସେ କାପାରୋ ଗ୍ରୁପ୍ ପ୍ରତିଷ୍ଠା କରିଥିଲେ, ଯାହା ଇସ୍ପାତ, ଇଞ୍ଜିନିୟରିଂ ଏବଂ ରିଅଲ ଇଷ୍ଟେଟ୍ ଭଳି କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କମ୍ପାନୀ ହୋଇଗଲା।

ଲର୍ଡ ସ୍ବରଜ ପଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏକ୍ସରେ ଶ୍ରୀ ମୋଦୀ ଲେଖିଛନ୍ତି ଯେ ଶିଳ୍ପଜଗତ, ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ । ଭାରତ-ବ୍ରିଟେନ ସମ୍ପର୍କରେ ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି ମୋଦୀ ଲେଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe