ସ୍ୱାତୀ ମଲିୱାଲଙ୍କୁ ଆକ୍ରମଣ ମାମଲା: କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଗିରଫ

Advertisment

ଜାମିନ ଆବେଦନ ଖାରଜ

ଜାମିନ ଆବେଦନ ଖାରଜ

ସ୍ୱାତୀ ମଲିୱାଲଙ୍କୁ ଆକ୍ରମଣ ମାମଲା: କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଗିରଫ

ନୂଆଦିଲ୍ଲୀ: ଆପ୍‌ ସାଂସଦ ସ୍ବାତୀ ମଲିୱାଲଙ୍କୁ ଆକ୍ରମଣ ମାମଲାରେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ନିକଟରେ ଦାଏର ହୋଇଥିବା ଏତଲାରେ ସ୍ବାତୀ ଅଭିଯୋଗ କରିଛନ୍ତି ଯେ ସେ ସୋମବାର ସକାଳେ କେଜ୍ରିୱାଲଙ୍କ ବାସଭବନକୁ ତାଙ୍କୁ ଭେଟିବାକୁ ଯାଇଥିଲେ ଏବଂ ଡ୍ରଇଂ ରୁମ୍‌ରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରୁଥିବା ବେଳେ ବିଭବ କୁମାର ସେଠାକୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଆଜି ବିଭବଙ୍କ ଗିରଫଦାରୀକୁ ନେଇ ରାଜନୀତି ସରଗରମ ରହିଛି ଏବଂ ଦିଲ୍ଲୀର ଏକ ଅଦାଲତ ବିଭବ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ସ୍ବାତୀଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ବିଭବ ଆଗୁଆ ଜାମିନ ଆବେଦନ କରିଥିଲେ। ଶୁଣାଣି ସମୟରେ ଅତିରିକ୍ତ ସରକାରୀ ଓକିଲ ଅଦାଲତଙ୍କୁ କହିଛନ୍ତି ଯେ ବିଭବ କୁମାରଙ୍କୁ ଗିରଫ କରାଯାଇ ସାରିଥିବାରୁ ଏଭଳି ଆଗୁଆ ଆବେଦନ ଏବେ ଅପ୍ରାସଙ୍ଗିକ ହୋଇପଡ଼ିଛି। ବିଭବ କୁମାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏନ୍ ହରିହରନ ମାମଲା ପରିଚାଳନା କରିଥିଲେ। ସେହିପରି ଆମ୍ ଆଦମୀ ପାର୍ଟିର ଲିଗାଲ ସେଲ୍ ମୁଖ୍ୟ ସଞ୍ଜୀବ ନାସିର ମଧ୍ୟ ତିସ୍ ହଜାରୀ କୋର୍ଟରେ ବିଭବଙ୍କ ପକ୍ଷରୁ ଉପସ୍ଥିତ ଥିଲେ।

ବିଭବ କୁମାରଙ୍କ ଓକିଲ ଏନ୍ ହରିହରନଙ୍କ ଯୁକ୍ତିକୁ ଖଣ୍ଡନ କରି ସରକାରୀ ଓକିଲ କହିଛନ୍ତି ଯେ ବିଭବଙ୍କ ଓକିଲ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ଏକତରଫା ଚିତ୍ର। ତଦନ୍ତକାରୀ ଅଧିକାରୀ (ପୁଲିସ)ଙ୍କ ଉତ୍ତର ବିନା କୋର୍ଟ କୌଣସି ଆଶ୍ବସ୍ତି ଦେବା ପାଇଁ କୌଣସି ନିଷ୍ପତ୍ତି ନେବା ଉଚିତ ନୁହେଁ। ତଦନ୍ତକାରୀ ଅଧିକାରୀଙ୍କ ଉତ୍ତର ଆସିବା ପରେ ମାମଲାର ପ୍ରକୃତ ତଥ୍ୟ କ'ଣ ତାହା ସ୍ଥିର ହେବ। ହରିହରନ କହିଥିଲେ ଯେ ବିଭବ ଥାନାରେ ଉପସ୍ଥିତ ଅଛନ୍ତି ଏବଂ ଏହି ମାମଲାରେ ଅଭିଯୁକ୍ତଙ୍କୁ କୌଣସି ନୋଟିସ୍ ଦିଆଯାଇନାହିଁ। ଯେଉଁ ଅଭିଯୋଗ ହୋଇଛି ତାହାକୁ କେହି ବିଶ୍ୱାସ କରିପାରିବେ ନାହିଁ। ଆମେ ବର୍ତ୍ତମାନ ବିଭବଙ୍କ ଅବସ୍ଥା ଜାଣିନାହୁଁ, ଆମେ ଭୟ କରୁଛୁ ଯେ ତାଙ୍କୁ ଗିରଫ କରାଯାଇପାରେ ।

ସ୍ୱାତୀ ମାଲିୱାଲ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ବୁଝିବା ବାହାରେ । ବିଭବ ଅଚାନକ ସ୍ବାତୀଙ୍କୁ କାହିଁକି ମାଡ଼ ମାରିବା ଆରମ୍ଭ କରିବେ, ତାହା ବୁଝିବା ବାହାରେ ବୋଲି ସେ କହିଥିଲେ। ହରିହରନ ଅଦାଲତଙ୍କୁ କହିଥିଲେ ଯେ ରେକର୍ଡ ଅନୁଯାୟୀ ସ୍ୱାତୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ କୌଣସି ସମୟ ନେଇନଥିଲେ ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଉଲ୍ଲଂଘନ ଥିଲା। ସେଠାରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ସ୍ୱାତୀଙ୍କ ସହ ଯଦି କୌଣସି ଆକ୍ରମଣ ହୋଇଥାନ୍ତା, ତେବେ ସେ ଚିତ୍କାର କରିଥାନ୍ତେ ଏବଂ ଉପସ୍ଥିତି ଲୋକେ ଏଥିରେ ହସ୍ତକ୍ଷେପ କରିଥାନ୍ତେ ବୋଲି ହରିହରନ ଯୁକ୍ତି ରଖିଥିଲେ। ଆକ୍ରମଣର ଶିକାର ହେବାପରେ ସ୍ବାତୀ ଚାଲିପାରୁନଥିଲେ ବୋଲି ଯାହା କୁହାଯାଇଛି ତାହାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe