ସ୍ବାତୀ ମାଲିଓ୍ବାଲ ମାମଲା : ଅଭିଯୁକ୍ତ ବିଭବ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

Advertisment
ସ୍ବାତୀ ମାଲିଓ୍ବାଲ ମାମଲା : ଅଭିଯୁକ୍ତ ବିଭବ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆପର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନରେ ଆକ୍ରମଣ ଘଟଣା ଆମ ଆଦମି ପାର୍ଟି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ସ୍ୱାତୀ ମାଲିୱାଲଙ୍କ ଏତଲା ପରେ ଦିଲ୍ଲୀ ପୁଲିସ ମଧ୍ୟ ଏହି ମାମଲାରେ ଆକ୍ସନ ମୋଡକୁ ଆସିଛି ଏବଂ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବିଭବ କୁମାରଙ୍କୁ ଗିରଫ କରିଛି । ଏହି ଗିରଫଦାରି ବିରୋଧରେ ବିଭବ କୁମାର ଆଜି ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ବିଭବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

କେମିତି ହେଲା ବିଭବଙ୍କ ଗିରଫଦାରି ?

ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ଖୋଜୁଥିଲା । ଏହି ସମୟରେ ଦିଲ୍ଲୀ ପୁଲିସକୁ ସୂଚନା ମିଳିଥିଲା ଯେ ସେ ଦିଲ୍ଲୀରେ ଅଛନ୍ତି ଏବଂ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ପୁଲିସ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନଥିଲା। ତେଣୁ ପୁଲିସ ଟିମ୍ ତାଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପ୍ରଥମେ ଅଟକ ରଖିବା ପରେ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe