ହୋଟେଲ୍‌ ଲବିରେ ମହିଳାଙ୍କ ସହ ଅସଦାଚରଣ କରିଥିବା ସ୍ୱିଡେନ୍‌ ନାଗରିକ ଗିରଫ

Advertisment
ହୋଟେଲ୍‌ ଲବିରେ ମହିଳାଙ୍କ ସହ  ଅସଦାଚରଣ କରିଥିବା ସ୍ୱିଡେନ୍‌ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ସ୍ୱିଡେନ ନାଗରିକ ଏକ ହୋଟେଲ୍‌ ଲବି ଭିତରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅସଦାଚାରୀ ଯୁବକ ଜଣକ ମହିଳାଙ୍କୁ ମୁମ୍ବାଇ ବିମାନବନ୍ଦର ନିକଟସ୍ଥ ଏକ ହୋଟେଲ୍‌ରେ ଅସଦାଚରଣ କରିଥିବା ଜାଣିବାକୁ ମିଳିଛି। ଶୁକ୍ରବାର ହୋଟେଲ୍‌ ଲବିରେ ଏହି ଘଟଣା ଘଟିବା ପରେ ଅଭିଯୁକ୍ତଙ୍କୁ ସହର ପୁଲିସ୍‌ ଗିରଫ କରିଛି।

ପୀଡ଼ିତା ମହିଳାଙ୍କୁ ଅସଦାଚାରୀ ସକାଳ ପ୍ରାୟ ୭ଟା ସମୟରେ ଅସଦାଚରଣ କରିଥିବା ସୂଚନା ରହିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ୩୭ ବର୍ଷିଅ ହକନ୍‌ ଦାଭିଡ କର୍‌ଲସନ୍‌।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନବନ୍ଦରର ଏକ ହୋଟେଲ୍‌ ଲବିରେ ଅଭିଯୁକ୍ତ ଜଣକ ପୀଡ଼ିତା ମହିଳାଙ୍କୁ ଯାଇ ପଛ ପଟରୁ ଧରି ପକାଇଥିଲେ। ମହିଳା ଜଣକ ଅସଦାଚରଣର ଶିକାର ହେବା ପରେ ହୋଟେଲ୍‌ କର୍ମଚାରୀଙ୍କୁ ସୂଚୀତ କରାଇଥିଲେ। ହୋଟେଲ୍‌ କର୍ମଚାରୀ ମହିଳାଙ୍କଠାରୁ ଅଭିଯୋଗ ପାଇବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe