Image Courtesy of Hindustan Times
ନୂଆଦିଲ୍ଲୀ: ଆଜି ୭୩ତମ ସେନା ଦିବସ ଅବସରରେ ସେନା ମୁଖ୍ୟ ଏମ୍. ଏମ୍. ନରଓ୍ଵଣେ କର୍ତ୍ତବ୍ୟରେ ଥାଇ ସହିଦ ହୋଇଥିବା ଯବାନମାନଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ବିବାଦରେ ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୦୨୦କୁ ଆହ୍ଵାନ ଏବଂ ସୁଯୋଗ ଭରା ବର୍ଷ ବୋଲି କହିବା ସହ ସେନା ମୁଖ୍ୟ କହିଛନ୍ତି ଯେ, ଦେଶର ନିରାପତ୍ତା ଓ ଆଞ୍ଚଳିକ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା ଲାଗି ଭାରତୀୟ ସେନା ଅଟଳ ରହିଥିଲେ।
ଭାରତ-ଚୀନ୍ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ବିବାଦ ପ୍ରସଙ୍ଗ ଦର୍ଶାଇ ସେ କହିଲେ, ଆମର ସାହସୀ ଅଧିକାରୀ, ଜେସିଓ ଏବଂ ଯବାନମାନେ ଶତ୍ରୁକୁ ଠିକଣା ଜବାବ ଦେଇଛନ୍ତି। ଭାରତୀୟ ସେନାର ସର୍ବୋଚ୍ଚ ପରାମ୍ପରା ବଜାୟ ରଖି ଅନେକ ଆତ୍ମବଳି ଦେଇଛନ୍ତି।
Image Courtesy of Newsable Asianetnewsବାସ୍ତବ ନିୟନ୍ତ୍ରଣ ରେଖା ବିବାଦ ଘଟଣାରେ ତ୍ୱରିତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେନାକୁ ପ୍ରଶଂସା କରି ସେ ପୁଣି କହିଛନ୍ତି, ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦ ସମାଧାନ କରିବା ନିମନ୍ତେ ଦୃଢ଼ପରିକର ରହିବା ସହ ବାସ୍ତବ ନିୟନ୍ତ୍ରଣ ରେଖା ସ୍ଥିତାବସ୍ଥାକୁ ଏକଚାଟିଆ ଭାବେ ପରିବର୍ତ୍ତନ କରାଯାଇଥିବା ଉଦ୍ୟମକୁ ପ୍ରତିରୋଧ କରିବା ଲାଗି ଭାରତୀୟ ସେନା ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇଛି।
ଆତଙ୍କବାଦ ବିରୋଧରେ ନିରବଚ୍ଛିନ୍ନ ଅଭିଯାନ ଚଳାଇବା ସହ କୋଭିଡ୍-୧୯ ମହାମାରୀ ସମୟରେ ଭାରତୀୟ ସେନାର ସେବା ପ୍ରସଙ୍ଗ ମଧ୍ୟ ସେନା ମୁଖ୍ୟ ନରଓ୍ଵଣେ ଉଲ୍ଲେଖ କରିଛନ୍ତି।
ସହିଦ ଯବାନଙ୍କ ପ୍ରତି ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ବିପିନ ରାଓ୍ଵତ୍ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
୧୯୪୯ ମସିହା ଆଜିର ଦିନରେ ଭାରତୀୟ ସେନାର ପ୍ରଥମ କମାଣ୍ଡର୍-ଇନ୍-ଚିଫ୍ ଭାବେ ଜେନେରାଲ୍ କେଏମ୍ କାରିପ୍ପା ଭାରତର ଶେଷ ବ୍ରିଟସ୍ କମାଣ୍ଡର୍-ଇନ୍-ଚିଫ୍ ସାର୍ ଫ୍ରାନ୍ସିସ୍ ବଚର୍ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ଦିନ ଠାରୁ ଜାନୁଆରି ୧୫ ତାରିଖକୁ ‘ସେନା ଦିବସ’ ଭାବେ ପାଳନ କରାଯାଉଛି।
Follow Us