ଭାରତ ସରକାରଙ୍କ ଦାବିକୁ ସୁଇଜରଲାଣ୍ଡର ଗୁରୁତ୍ୱ, କଳାଧନ ରଖିଥିବା ଭାରତୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର, ପୁଣି ଜଣକୁ ନୋଟିସ୍‌

Advertisment
ଭାରତ ସରକାରଙ୍କ ଦାବିକୁ ସୁଇଜରଲାଣ୍ଡର ଗୁରୁତ୍ୱ, କଳାଧନ ରଖିଥିବା ଭାରତୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର, ପୁଣି ଜଣକୁ ନୋଟିସ୍‌

Zee News

ନୂଆଦିଲ୍ଲୀ: ସୁଇଜରଲାଣ୍ଡ ସୁଇସ୍‌ ବ୍ୟାଙ୍କରେ ସଦିଗ୍ଧ ଧନ ରଖିଥିବା ଭାରତୀୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତକୁ ସମ୍ପର୍କୀତ ସୂଚନା ପ୍ରଦାନ କରିବା ପ୍ରକ୍ରିୟା ତୀବ୍ର କରିଦେଇଛି। ଏସଂପର୍କରେ ସୁଇଜରଲାଣ୍ଡର ଅଧିକାରୀମାନେ ନୂତନ ସାର୍ବଜନିକ ନୋଟିସ୍‌ ପୋତଲୁରୀ ରାଜା ମୋହନ ରାଓଙ୍କ ନାମ ଜାରି କରିଛନ୍ତି। ଏହା ପୂର୍ବରୁ ଗତ ମାସରେ ୧୪ ଜଣ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ପ୍ରଦାନ କରିବା ପୂର୍ବରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା।

ଅଧିକାରୀଙ୍କ ଅନୁସାରେ ଆଗାମୀ ସପ୍ତାହରେ ଏଭଳି କିଛି ନୋଟସି ଜାରି କରାଯାଇପାରେ। ଭାରତ ସୁଇସ ବ୍ୟାଙ୍କରେ ସଦିଗ୍ଧ କଳାଧନ ରଖିଥିବା ଭାରତୀୟଙ୍କ ସୂଚନା ସୁଇଜରଲାଣ୍ଡ ସରକାରଙ୍କୁ ମାଗିଛି। ରାଓଙ୍କୁ ଏହି ନୋଟିସ ମେ’ ମାସ ୨୮ରେ ଜାରି କରାଯାଇଛି ଏବଂ ତାଙ୍କୁ ଅପିଲ କରିବା ପାଇଁ ୧୦ ଦିନ ଯାଏଁ ସମୟ ଦିଆଯାଇଛି। ଏହା ପୂର୍ବରୁ ମେ’ ୨୧ରେ ୧୧ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ରରେ ମୋଦୀ ସରକାର ଦ୍ୱିତୀୟ ଥର ଆସିବା ପରେ ଭାରତକୁ ସୁଇଜରଲାଣ୍ଡ ଧୀରେ ଧୀରେ ଅଧିକ ତଥ୍ୟ ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe