ଏହି ମେସିନରେ ବସିବା ମାତ୍ରେ ବିନା ଯନ୍ତ୍ରଣାରେ ଚାଲିଯିବ ମଣିଷ ଜୀବନ

ଏହି ମେସିନରେ ବସିବା ମାତ୍ରେ ବିନା ଯନ୍ତ୍ରଣାରେ ଚାଲିଯିବ ମଣିଷ ଜୀବନ

ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡରେ 'ଆତ୍ମହତ୍ୟା ମେସିନ'ର ବ୍ୟବହାରକୁ ସରକାରଙ୍କ ପକ୍ଷରୁ ଆଇନଗତ ଅନୁମୋଦନ ମିଳି ଯାଇଛି। ଏହାପରେ ଜଣେ ବ୍ୟକ୍ତି ଏହି ମେସିନକୁ ବ୍ୟବହାର କରି କିଛି ମିନିଟ ଭିତରେ ନିଜର ପ୍ରାଣ ତ୍ୟାଗ କରି ପାରିବେ। ଏହି ମେସିନ୍ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଯେଉଁମାନେ ଏହି ମେସିନ୍ ବ୍ୟବହାର କରି ଆତ୍ମହତ୍ୟା କରିବେ, ସେମାନଙ୍କୁ ସାମାନ୍ୟ ବି ଯନ୍ତ୍ରଣା ଅନୁଭବ ହେବ ନାହିଁ । ଏଥିସହିତ ଏହି ମେସିନ୍ ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁଇଜରଲ୍ୟାଣ୍ଡ ସରକାରଙ୍କ ଦ୍ୱାରା 'ସର୍କୋ' ନାମକ ଏହି ଆତ୍ମହତ୍ୟା ମେସିନକୁ ଆଇନଗତ କରି ଦିଆଯାଇଛି। ଏହି ମେସିନକୁ ବ୍ୟବହାର କରିବା ଦ୍ୱାରା ଏକ ମିନିଟ ମଧ୍ୟରେ ଯନ୍ତ୍ରଣା ବିନା ଜଣେ ବ୍ୟକ୍ତି ଆତ୍ମହତ୍ୟା କରିପାରିବେ।

ताबुत की तरफ डिजाइन

ରିପୋର୍ଟ ଅନୁଯାୟୀ, ଏହି ମେସିନ୍ ବ୍ୟବହାର କରିବା ମାତ୍ରେ ବ୍ୟକ୍ତି ହାଇପୋକ୍ସିଆ ଏବଂ ହାଇପୋକେପ୍ନିଆରେ ପୀଡିତ ହେବେ, ଅର୍ଥାତ୍ ଶରୀର ଭିତରେ ଅମ୍ଳଜାନର ମାତ୍ରା ଯଥେଷ୍ଟ ହ୍ରାସ ପାଇବ ଏବଂ ବ୍ୟକ୍ତି ଜଣକଙ୍କ ମୃତ୍ୟୁ ହୋଇଯିବ। ଏହି ପ୍ରକ୍ରିୟାରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତି କୌଣସି ଯନ୍ତ୍ରଣା ଅନୁଭବ କରିବେ ନାହିଁ ।

ଯେଉଁମାନେ ରୋଗୀମାନେ କୌଣସି ଗୁରୁତର ରୋଗରେ ପୀଡିତ ଅଛନ୍ତି କିମ୍ବା କଥାବାର୍ତ୍ତା କରିବାରେ, ଶୁଣିବାରେ ଅସମର୍ଥ ଅଛନ୍ତି, ସେହି ରୋଗୀମାନଙ୍କୁ ଦୃଷ୍ଟିରେ ରଖି ଏହି ମେସିନ ବାହାର କରାଯାଇଛି। ଏହି ମେସିନ ଇଚ୍ଛା ମୃତ୍ୟୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ  ବିଶେଷ ଭାବେ ତିଆରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe