କାହାକୁ ଭେଣ୍ଡି ତା କାହାକୁ ଫୁଲକୋବି: ମିଳିଲା ନିର୍ବାଚନ ଚିହ୍ନ

Advertisment
କାହାକୁ ଭେଣ୍ଡି ତା କାହାକୁ ଫୁଲକୋବି: ମିଳିଲା ନିର୍ବାଚନ ଚିହ୍ନ

dailyexcelsior.com

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରାର୍ଥୀମାନଙ୍କୁ ଚିହ୍ନ ଦିଆଯାଇଛି | ଏହି ଚିହ୍ନକୁ ନେଇ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ | ବିଜେପିର ପଦ୍ମ, କଂଗ୍ରେସର ହାତ ଓ ଆମ ଆଦମୀ ପାର୍ଟିର ଝାଡ଼ୁକୁ ବାଦ ଦେଇ କିଛି ପ୍ରାର୍ଥୀଙ୍କୁ ଅଜବ ଚିହ୍ନ ସବୁ ଦିଆଯାଇଛି | ପ୍ରାର୍ଥୀମାନଙ୍କୁ ଭେଣ୍ଡି, ଫୁଲକୋବି, ଗ୍ୟାସ ସିଲିଣ୍ଡର, ହେଲିକପ୍ଟର, ବଂଶୀ, କଳାପଟା, ବ୍ୟାଟେରୀ, ଟର୍ଚ୍ଚ, ଇଟା, ସିସିଟିଭି ଭଳି ଚିହ୍ନ ଦିଆଯାଇଛି | ଏହା ପୂର୍ବରୁ ନିର୍ବାଚନ ଆୟୋଗ ସେଓ, ପ୍ରେସରକୁକର, ଦୂରବୀକ୍ଷଣ ଯନ୍ତ୍ର, ହେଲମେଟ ଭଳି ଚିହ୍ନ ଜାରି କରିଥିଲେ |

publive-image Deccan Chronicle

ନିର୍ବାଚନୀ ସଂକେତ ଆଇନ ୧୯୬୮ର ଅନୁଚ୍ଛେଦ ୧୦ ଅନୁଯାୟୀ ରାଷ୍ଟ୍ରୀୟ ଜନମଞ୍ଚ ଦଳକୁ ବାଡ଼ି, ଲୋକ ନିର୍ମାଣ ଦଳକୁ ଦୂରବୀକ୍ଷଣ ଯନ୍ତ୍ର, ଅମନ ସମାଜ ପାର୍ଟିକୁ ହେଲମେଟ, ନ୍ୟାସନାଲିଷ୍ଟ ତୃଣମୂଳ କଂଗ୍ରେସ ପାର୍ଟିକୁ ସେଓ, ଲୋକତନ୍ତ୍ର ସୁରକ୍ଷା ପାର୍ଟିକୁ ପ୍ରେସର କୁକର ଚିହ୍ନ ଦିଆଯାଇଥିଲା |

ଦିଲ୍ଲୀରେ ୭୦ଟି ଆସନ ପାଇଁ ୬୭୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି | ଯେଉଁଥିରେ ୫୯୩ ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ମହିଳା ପ୍ରାର୍ଥୀ ଭାବେ ୭୯ ଜଣ ମଇଦାନକୁ ଓହ୍ଲାଇଛନ୍ତି | ଆସନ୍ତା ଫେବୃୟାରୀ ୮ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ୧.୪୭ କୋଟିରୁ ଅଧିକ ମତଦାତା ନୂଆ ସରକାର ଗଠନ ପାଇଁ ଭୋଟ ଦେବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe