ପୂର୍ବ ଭାରିଆଣ୍ଟଠାରୁ ଭିନ୍ନ ଲକ୍ଷଣ ଦେଖାଉଛି ଓମିକ୍ରନ୍, ଏସବୁ ଲକ୍ଷଣ ଦେଖାଗଲେ ହୋଇଯାନ୍ତୁ ସତର୍କ

Advertisment
ପୂର୍ବ ଭାରିଆଣ୍ଟଠାରୁ ଭିନ୍ନ ଲକ୍ଷଣ ଦେଖାଉଛି ଓମିକ୍ରନ୍, ଏସବୁ ଲକ୍ଷଣ ଦେଖାଗଲେ ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ: ପୂର୍ବ ଭାରିଆଣ୍ଟଠାରୁ ଭିନ୍ନ ଲକ୍ଷଣ ଦେଖାଉଛି ଓମିକ୍ରନ୍। ଅଧିକ ଥର ଋପ ବଦଳାଇଥିବା ଓମିକ୍ରନ୍ ପୂର୍ବ ସବୁ ଭାରିଆଣ୍ଟଠାରୁ ମାରାତ୍ମକ ହୋଇଥିବା ବେଳେ ଏହାର ଲକ୍ଷଣ ମଧ୍ୟ ଭିନ୍ନ ବୋଲି କହିଛନ୍ତି ଓମିକ୍ରନକୁ ପ୍ରଥମେ ଚିହ୍ନଟ କରିଥିବା ଦକ୍ଷିଣ ଆଫ୍ରିକାର ଡାକ୍ତର ଆଞ୍ଜେଲିକ କୋଏତଜୀ। ଡାକ୍ତର ଆଞ୍ଜେଲିକ ପ୍ରଥମେ ଓମିକ୍ରନକୁ ନେଇ ବିଶ୍ବବାସୀଙ୍କୁ ସତର୍କ କରାଇଥିଲେ।

ତାଙ୍କ କହିବା ମୁତାବକ, ଏହି ମାସ ଆରମ୍ଭରେ, ମୁଁ ପ୍ରଥମ ଥର ପାଇଁ ଦେଖିଲି ଯେ କୋଭିଡ ରୋଗୀଙ୍କଠାରେ ଅନେକ ଭିନ୍ନ ଲକ୍ଷଣ ଦେଖାଯାଉଛି। ପୂର୍ବରୁ କରୋନା ଆକ୍ରାନ୍ତ ହେଲେ ସ୍ୱାଦ ଓ ବାସ୍ନା ସଂପୂର୍ଣ୍ଣ ଚାଲି ଯାଉଥିବା ବେଳେ ନୂତନ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେଉଥିବା ରୋଗୀଙ୍କ ପାଖରେ ସେ ଲକ୍ଷଣ ଦେଖାଯାଉନାହିଁ। ଓମିକ୍ରନ ଦ୍ବାରା ସଂକ୍ରମିତ ରୋଗୀମାନେ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି। ଲକ୍ଷଣ ମଧ୍ୟମ ରହୁଥିଲେ ବି ପୂର୍ବ ଅପେକ୍ଷା ଭିନ୍ନ ରହୁଛି। ଲକ୍ଷଣ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସେ ଗଣମାଧ୍ୟମରେ ପ୍ରକାଶ କରିନଥିଲେ ବି ଓମିକ୍ରନର ନୂତନ ଲକ୍ଷଣ ବିଷୟରେ ସେ ଦକ୍ଷିଣ ଆଫ୍ରିକାର ଭ୍ୟାକ୍ସିନ୍ ଆଡଭାଇଜରୀ ବୋର୍ଡକୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe