ସାରା ରାତି ଅନିଦ୍ରା ରହି ପିଲାଙ୍କୁ ଜଗନ୍ତି ବାପା, ନହେଲେ ଥଣ୍ଡାରେ ଚାଲିଯିବ କଅଁଳ ଜୀବନ

ସାରା ରାତି ଅନିଦ୍ରା ରହି ପିଲାଙ୍କୁ ଜଗନ୍ତି ବାପା, ନହେଲେ ଥଣ୍ଡାରେ ଚାଲିଯିବ କଅଁଳ ଜୀବନ

ନୂଆଦିଲ୍ଲୀ: ସିରିଆର ସହର ଇଦଲିବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି କୁହାଯାଇଥାଏ। ଏହି ଅଞ୍ଚଳ ବିଦ୍ରୋହୀଙ୍କ ଅଧୀନରେ ଥିବା ବେଳେ ଏଠାରେ କୌଣସି ପରିସ୍ଥିତିରେ ଆକ୍ରମଣ ହେବା ଏକ ସାଧାରଣ କଥା ହୋଇଗଲାଣି।  ଏଠାରେ ପ୍ରଚଣ୍ଡ ଥଣ୍ଡା ପଡ଼ିଛି। ଏହି ଥଣ୍ଡା କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ବସର ଅଲ-ଅସଦ ସରକାର ଦ୍ବାରା ବାରମ୍ବାର ଆକ୍ରମଣ ପରେ ନିଜର ଗୃହନଗର ହମାରୁ ବିସ୍ଥାପିତ ହୋଇଥିବା ୟାସିର ବେରି ନାମକ ଜଣେ ବ୍ୟକ୍ତି ଏଭଳି ପରିସ୍ଥିତିକୁ ନେଇ ନିଜ ଦୁଃଖ ଓ କଷ୍ଟକୁ ବଖାଣିଛନ୍ତି।

ୟାସିର ବେରି ୭ଜଣ ଶିଶୁଙ୍କ ପିତା। ୟାସିର କହିଛନ୍ତି, ପ୍ରଚଣ୍ଡ ଥଣ୍ଡାରେ ପିଲାମାନଙ୍କୁ ନେଇ ତମ୍ବୁ ତଳେ ରହିବା ବହୁତ କଷ୍ଟ। ଏଭଳି ଥଣ୍ଡାରେ ପିଲାମାନେ ବରଫ ପାଲଟି ମୃତ୍ୟୁମୁଖକୁ ଚାଲି ନଯାଆନ୍ତୁ ସେଥିପାଇଁ ରାତି ଅନିଦ୍ରା ରହି ସେମାନଙ୍କୁ ଜଗି ଯତ୍ନ ନେବାକୁ ହୋଇଥାଏ।

ମୋର ପରିବାରରେ ୧୨ଜଣ ସଦସ୍ୟ ରହନ୍ତି। ତମ୍ବୁରେ ଦିନଦିନ କାଟିବାକୁ ପଡ଼ୁଛି। ଉଷୁମ ପାଇଁ କେବଳ ଆମ ପାଖରେ ଗୋଟିଏ ‌ଷ୍ଟୋଭ ରହିଛି। ଖାଇବା ପିଇବା ପାଇଁ ବି ସେମିତି କିଛି ବିଶେଷ ଖାଦ୍ୟ ଆମ ପାଖରେ ନାହିଁ। ଚାକିରି ନଥିବାରୁ ମାସିକ ସହାୟତା ଉପରେ ନର୍ଭର କରିବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe