ପ୍ରବଳ ଥଣ୍ଡାରେ ସାତଦିନର ଶିଶୁ ସମେତ ଅନ୍ୟ ଦୁଇ ଛୋଟ ପିଲାଙ୍କ ମୃତ୍ୟୁ

ପ୍ରବଳ ଥଣ୍ଡାରେ ସାତଦିନର ଶିଶୁ ସମେତ ଅନ୍ୟ ଦୁଇ ଛୋଟ ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସିରିଆର ସହର ଇଦଲିବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି କୁହାଯାଇଥାଏ। ଏଠାରେ ପ୍ରଚଣ୍ଡ ଥଣ୍ଡା ପଡ଼ିଛି। ଏହି ଥଣ୍ଡା କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ପ୍ରବଳ ଥଣ୍ଡା ହେତୁ ବିସ୍ଥାପିତଙ୍କ ପାଇଁ ତିଆରି ହୋଇଥିବା ଶିବିର ମଧ୍ୟରେ ସାତଦିନର ଶିଶୁ ସମେତ ଅନ୍ୟ ଦୁଇ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।

ଇଦଲିବରେ ସିରିୟାର ଯୁଦ୍ଧରୁ ବଞ୍ଚି ପଳାଇ ଆସିଥିବା ଲକ୍ଷଲକ୍ଷ ଲୋକ ରହୁଛନ୍ତି। ଏମାନଙ୍କ ଜୀବନଯାପନ ପ୍ରଥମରୁ କଷ୍ଟଦାୟକ ଥିବା ବେଳେ ଏବେ ସେଠାରେ ପଡ଼ିଥିବା ପ୍ରବଳ ଥଣ୍ଡା ସେମାନଙ୍କ ଉପରେ ଦାଉ ସାଜୁଛି।

ମହମ୍ମଦ ଅଲ-ହସନଙ୍କ କହିବାନୁସାରେ, ସେ ଯେତେବେ‌ଳେ ତାଙ୍କ ସାତଦିନର ଝିଅ ଫତିମାର ଶରୀରକୁ ଛୁଇଁଥିଲେ ପୂରା ଶରୀର ବରଫ ପାଲଟି ଯାଇ ନୀଳ ପଡ଼ିଯାଇଥିଲା। ତାର ନାକ ଓ ମୁହଁରୁ ରକ୍ତ ବାହାରୁଥିଲା। ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମ ପାଖରେ ସେମିତି କିଛି ସାମଗ୍ରୀ ବି ନାହିଁ। କାମ ନଥିବାରୁ ଟଙ୍କା ବି ନାହିଁ। ମୋ ଝିଅକୁ ଶୀତରୁ ରକ୍ଷା କରିବା ପାଇଁ ଯଥେଷ୍ଟ ସାମଗ୍ରୀ ନଥିବାରୁ ଆଜି ତାର ମୃତ୍ୟୁ ହୋଇଯାଇଛି।

କିଛିଦିନ ତଳେ ୟାସିର ବେରି ୭ଜଣ ଶିଶୁଙ୍କ ପିତା କହିଥିଲେ,ପ୍ରଚଣ୍ଡ ଥଣ୍ଡାରେ ପିଲାମାନଙ୍କୁ ନେଇ ତମ୍ବୁ ତଳେ ରହିବା ବହୁତ କଷ୍ଟ। ଏଭଳି ଥଣ୍ଡାରେ ପିଲାମାନେ ବରଫ ପାଲଟି ମୃତ୍ୟୁମୁଖକୁ ଚାଲି ନଯାଆନ୍ତୁ ସେଥିପାଇଁ ରାତି ଅନିଦ୍ରା ରହି ସେମାନଙ୍କୁ ଜଗି ଯତ୍ନ ନେବାକୁ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe