ଧ୍ବଂସସ୍ତୂପରେ ୩୦ଜଣ ଆତ୍ମୀୟଙ୍କୁ ଖୋଜୁଛନ୍ତି ଭୂମିକମ୍ପରୁ ବର୍ତ୍ତିଯାଇଥିବା ସିରୀୟ ବ୍ୟକ୍ତି

Advertisment
ଧ୍ବଂସସ୍ତୂପରେ ୩୦ଜଣ ଆତ୍ମୀୟଙ୍କୁ ଖୋଜୁଛନ୍ତି ଭୂମିକମ୍ପରୁ ବର୍ତ୍ତିଯାଇଥିବା ସିରୀୟ ବ୍ୟକ୍ତି

Image Courtesy of NDTV

ବେସ୍‌ନାୟା: ଗତ ୨ ଦିନ ହେବ ତୁର୍କୀ ସୀମାନ୍ତର ଉତ୍ତରପଶ୍ଚିମରେ ଅବସ୍ଥିତ ସିରିୟାର ଛୋଟ ଗାଁ ବେସ୍‌ନାୟାରେ ଜଣେ ବ୍ୟକ୍ତି ହାତରେ କୋଠବାଡ଼ିର ଭଂଗ୍ନାଶ ଆଡ଼େଇ ଆଡ଼େଇ ନିଖୋଜ ହୋଇଯାଇଥିବା ତାଙ୍କର ୩୦ଜଣ ଆତ୍ମୀୟଙ୍କୁ ଖୋଜୁଛନ୍ତି।

ସୋମବାର ଦିନ ଉଭୟ ସିରିୟା ଓ ତୁର୍କୀରେ ସଂଘଠିତ ଭୟାବହ ଭୂମିକମ୍ପ‌ ସମୟରେ କ‌ୌଣସି ମତେ ଘରୁ ବାହାରିଯାଇ ବଞ୍ଚିଯାଇଥିବା ମାଲେକ୍‌ ଇବ୍ରାହିମ୍‌ ନାମକ ଉକ୍ତ ବ୍ୟକ୍ତିଜଣକ ତାଙ୍କ ବହୁକୁଟୁମ୍ବୀ ପରିବାରର ଅନ୍ୟ ସଦସ୍ୟମାନଙ୍କର ସନ୍ଧାନ ପାଉନାହାନ୍ତି।

ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀମାନଙ୍କ ସହଯୋଗରେ ଏଯାବତ୍‌ ସେ ୧୦ଟି ଶବ ଉଦ୍ଧାର କରିଛନ୍ତି। ତାଙ୍କର ଦାଦି, ସମ୍ପର୍କୀୟ ଭାଇ ଏବଂ ସେମାନଙ୍କ ପରିବାରବର୍ଗ ଭଗ୍ନସ୍ତୂପ ଭିତରେ ପୋତି ହୋଇଯାଇଛନ୍ତି।

publive-image Image Courtesy of Fox 59

କିନ୍ତୁ, ସେ, ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ଇଦ୍‌ଲିବ୍‌ ନଗରୀରେ ଥିବା ବାସଭବନରୁ କୌଣସିମତେ ଜୀବିତାବସ୍ଥାରେ ବାହାରି ଆସିଛନ୍ତି। ତାଙ୍କର ବାକି ଆତ୍ମୀୟମାନେ ଭାଙ୍ଗିପଡ଼ିଥିବା କୋଠାବାଡ଼ି ତଳେ ଚାପିହୋଇ ଯାଇ ଥିବାରୁ ଆଉ ବଞ୍ଚିଥିବେ ବୋଲି ତାଙ୍କର ଆଶା ନାହିଁ।

କୁରାଢ଼ିରେ କୋଠାବାଡ଼ିରର ଭଙ୍ଗା ଅଂଶକୁ ହାଣି ବାଟ ବାହାର କରୁଥିବା ୪୦ ବର୍ଷିୟ ଧୂଳିଧୂସରିତ ମାଲେକ୍‌ କାନ୍ଦି କାନ୍ଦି କହନ୍ତି, ପୂରା ପରିବାର ନଷ୍ଟ ହୋଇଯାଇଛି। ଏଇଟା ସମ୍ପୂର୍ଣ୍ଣ ଗଣସଂହାର।

ଯେତେ‌ବେଳେ ଶବଟିଏ ଉଦ୍ଧାର ହେଉଛି, ଆମେ ଏକତ୍ର ବିତାଇଥିବା ସୁନ୍ଦର ସମୟ କଥା ମନକୁ ଆସିଯାଉଛି।ଏକଦା ଅଲିଭ୍‌ଗଛ ଭରା  ଶାନ୍ତସ୍ନିଗ୍ଧ ଏଇ ଗାଁ ମାଟି ଆଜି ଧ୍ବଂସସ୍ତୂପ। ଆମେ ଏଠାରେ କେତେ ମଜାମଉଜ କରୁଥିଲୁ। ମୁଁ ଆଉ କେବେ ସେମାନଙ୍କୁ ଦେଖିପାରିବି ନାହିଁ।

ସରକାରୀ ସୂତ୍ରରୁ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ତୁର୍କୀ ଓ ସିରିୟାରେ ସଂଘଠିତ ଭୟାବହ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୧୫, ୮୩୮ରେ ପହଞ୍ଚିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe