ଜାଲ୍‌ ଅନ୍ତର୍ଜାତୀୟ କଲ୍ ରୋକିବାକୁ ବ୍ୟବସ୍ଥା: ୨୪ ଘଣ୍ଟାରେ ୧.୩୫ କୋଟି ଜାଲ୍‌ କଲ୍‌ ଚିହ୍ନଟ

ବିଦେଶ ମାଟିରେ ବସି ଭାରତୀୟମଙ୍କୁ ଠକିବା ଲାଗି କରାଯାଉଥିବା ଜାଲ୍‌ କଲ୍‌ଗୁଡ଼ିକୁ ଅଟକାଇବା ଲାଗି କେନ୍ଦ୍ର ସରକାର ଏକ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ବ୍ୟବସ୍ଥାର ନାମ ହେଉଛି ‘ଇଣ୍ଟରନ୍ୟାସନାଲ୍ ଇନ୍‌କମିଂ ସ୍ପୁଫ୍‌ଡ କଲ୍‌ସ ପ୍ରିଭେନ୍‌ସନ୍ ସି‌ଷ୍ଟମ୍’।

ସ୍ପାମ କଲ କରି ଲୋକଙ୍କୁ ହଇରାଣ କରୁଥିବା କମ୍ପାନୀମାନଙ୍କ ଉପରେ ପଡିପାରେ ଚଡକ

ନୂଆଦିଲ୍ଲୀ: ବିଦେଶ ମାଟିରେ ବସି ଭାରତୀୟମଙ୍କୁ ଠକିବା ଲାଗି କରାଯାଉଥିବା ଜାଲ୍‌ କଲ୍‌ଗୁଡ଼ିକୁ ଅଟକାଇବା ଲାଗି କେନ୍ଦ୍ର ସରକାର ଏକ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ବ୍ୟବସ୍ଥାର ନାମ ହେଉଛି ‘ଇଣ୍ଟରନ୍ୟାସନାଲ୍ ଇନ୍‌କମିଂ ସ୍ପୁଫ୍‌ଡ କଲ୍‌ସ ପ୍ରିଭେନ୍‌ସନ୍ ସି‌ଷ୍ଟମ୍’। ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାହାକୁ ଶୁଭାରମ୍ଭ କରିଛନ୍ତି। ସାଇବର୍‌ ଅପରାଧୀମ‌ାନେ ବିଦେଶରେ ବସି ସେଠାରୁ କଲ୍‌ କରି ଲୋକମାନଙ୍କୁ ଠକୁଛନ୍ତି। ସେମାନେ କଲିଂ ଲାଇନ୍ ଆ‌ଇଡେଣ୍ଟିଟି (ସିଏଲ୍‌ଆଇ)ରେ ହେରଫେର କରି ଅନ୍ତର୍ଜାତୀୟ କଲ୍‌କୁ ଭାରତୀୟ ମୋବାଇଲ୍‌ ନମ୍ବରରେ ବଦଳାଇ ଦେଉଛନ୍ତି। ଫଳରେ ଠକେଇର ଶିକାର ହେଉଥିବା ଲୋକମାନେ ତାହା ଏକ ଅନ୍ତର୍ଜାତୀୟ ଜାଲ୍‌ କଲ୍‌ ବୋଲି ଜାଣିପାରୁନାହାନ୍ତି। 

ଆର୍ଥିକ ଠକେଇ, ସରକାରୀ ଅଧିକାରୀର ମିଥ୍ୟା ପରିଚୟ ଦେବା, ଲୋକଙ୍କ ମନରେ ଭୟ ସୃ‌ଷ୍ଟି କରିବା, ଗିରଫ ଭୟ ଦେଖାଇବା ଭଳି ବିଭିନ୍ନ ବାହାନାରେ ସାଇବର୍‌ ଅପରାଧୀମାନେ ଲୋକମାନଙ୍କୁ ଠକୁଛନ୍ତି। ଭାରତ ସରକାର ଯେଉଁ ବ୍ୟବସ୍ଥା ବିକାଶ କରିଛନ୍ତି ତାହା ସେହି ଅନ୍ତର୍ଜାତୀୟ ଜାଲ୍‌ କଲ୍‌କୁ ଚିହ୍ନଟ କରିବା ସହ ପୀଡ଼ିତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ତାହାକୁ ଅଟକାଇ ଦେବ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ବ୍ୟବସ୍ଥା ୧.୩୫ କୋଟି ଅନ୍ତର୍ଜାତୀୟ ଜାଲ୍‌ କଲ୍‌ ଅଟକାଇଛି। ସେଥିରୁ ୯୦ ପ୍ରତିଶତ ହେଉଛି ଅନ୍ତର୍ଜାତୀୟ କଲ୍। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଅନ୍ତର୍ଜାତୀୟ ଜାଲ୍‌ କଲ୍ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe