ଟି-ସାର୍ଟରେ ଚଳିଯାଉଛି, ଚଳୁଥିବାଯାଏଁ ଚଳାଇବି: ଆଜି ସକାଳେ ସାମ୍ବାଦିକମାନଙ୍କୁ କହିଲେ ରାହୁଲ୍‌

Advertisment
ଟି-ସାର୍ଟରେ ଚଳିଯାଉଛି, ଚଳୁଥିବାଯାଏଁ ଚଳାଇବି: ଆଜି ସକାଳେ ସାମ୍ବାଦିକମାନଙ୍କୁ କହିଲେ ରାହୁଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଭୀଷଣ ଜାଡ଼ ପଡ଼ିଥିବା ବ‌େଳେ ଆଜି ସକାଳେ ମଧ୍ୟ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଗୋଟାଏ ଧଳା ଟି-ସାର୍ଟ ପିନ୍ଧି ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳକୁ ଯାଇଥିଲେ।

ଜଣେ ସାମ୍ବାଦିକ ତାଙ୍କୁ ଏ କଥା ପଚାରିବାରୁ ସେ କହିଲେ, ଟି-ସାର୍ଟରେ ଚଳୁଛି। ଯେ ପର୍ଯ୍ୟନ୍ତ ଚଳୁଥିବ, ଚଳାଉଥିବି।  ଉଲ୍ଲେଖଯୋଗ୍ୟ, ସମଗ୍ର ଦିଲ୍ଲୀରେ କାଲୁଆ ଜାଡ଼ ପଡ଼ିଥିବା ବ‌େଳେ ଟି-ସାର୍ଟ ଖଣ୍ଡେ ପିନ୍ଧି ବୁଲୁଥିବା ରାହୁଲ୍‌ ଗାନ୍ଧୀ ଜନସାଧାରଣଙ୍କ ଆଲୋଚ୍ୟ ବିଷୟ ପାଲଟିଥିଲେ।

ସେହିପରି, ଆଜି ସକାଳେ ମଧ୍ୟ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଖଣ୍ଡେ ଟି-ସାର୍ଟ, କାର୍ଗୋ ଓ ସ୍ନିକର୍ସ ପିନ୍ଧି ମହାତ୍ମା ଗାନ୍ଧୀ ଏବଂ କେତେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସାମାଧିସ୍ଥଳ ପରିଦର୍ଶନ କରିଥିଲେ।

publive-image Image Grabbed From Video

ପରେ ଜଣେ କଂଗ୍ରେସ ମୁଖପାତ୍ର କହିଥିଲେ ଯେ, କାଠୁଆ ଜାଡ଼ରେ ରାହୁଲ୍‌ ଗାନ୍ଧୀ ମହାନ୍‌ ନେତାମାନଙ୍କର ସ୍ମାରକୀ ପରିଦର୍ଶନ କରିବାକୁ ଯାଇଥିବା ବ‌େଳେ ‘ବିଜେପି’ ନେତାମାନେ କମ୍ବଳ ଘୋଡ଼ାଇ ହୋଇ ଯାଇଥିଲେ। ବରିଷ୍ଠ କଂଗ୍ରେସ ନେତା ସଲ୍‌ମାନ୍‌ ଖୁର୍ସିଦ୍‌ ରାହୁଲ୍‌ଙ୍କୁ ଜଣେ ‘ତପସ୍ବୀ’ ଏବଂ ‘ଅତିମାନବ’ ବୋଲି ଅଭିହିତ କରିଛନ୍ତି।

publive-image Image Courtesy of Twitter

ପରେ ଲାଲ୍‌ କିଲା ନିକଟରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବା ବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଦର୍ଶାଇ ରାହୁଲ୍‌ ଗାନ୍ଧୀ କହିଥିଲେ, ସେମାନେ ପଚାରୁଛନ୍ତି ମତେ ଶୀତ କରୁନାହିଁ କାହିଁକି? କିନ୍ତୁ, ସେମାନେ କୃ‌ଷକ, ଶ୍ରମିକ ଓ ଗରିବ ପିଲାମାନଙ୍କ ଏ କଥା ପଚାରୁ ନାହାନ୍ତି। ମୁଁ ୨,୮୦୦ କିଲୋମିଟର୍‌ ଚାଲିଲିଣି, କିନ୍ତୁ ମୋର ମନେହୁଏ ଏଇଟା କିଛି ବଡ଼ କାମ ନୁହେଁ। କୃଷକମାନେ ଦୈନିକ ବହୁତ ବାଟ ଚାଲୁଛନ୍ତି। ସେମିତି ଶ୍ରମଜୀବୀ, କାରଖାନା ଶ୍ରମିକ ଓ କହିବାକୁ ଗଲେ ସମଗ୍ର ଭାରତବାସୀ ଚାଲୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe