Pakistan U Turn On India Match: ଟ୍ବେଣ୍ଟି-୨୦ ବିଶ୍ବକପ୍‌, ଶ୍ରୀଲଙ୍କାର ଅନୁରୋଧ ବାହାନାରେ ୟୁ-ଟର୍ଣ୍ଣ ନେଇପାରେ ପାକିସ୍ତାନ

Advertisment

ପାକିସ୍ତାନ ଯେବେଠାରୁ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ କରିବ ବୋଲି ଘୋଷଣା କଲାଣି ସେବେଠାରୁ କେତେକ ବିଶେଷଜ୍ଞ କହିଆସୁଥିଲେ ଯେ ପାକିସ୍ତାନ କେବଳ ବାଂଲାଦେଶକୁ ଦେଖେଇବାକୁ ନାଟକ କରୁଛି ଓ ନିଶ୍ଚୟ ୟୁ-ଟର୍ଣ୍ଣ ନେବ ଅର୍ଥାତ୍ ନିଜ ନିଷ୍ପତ୍ତିରୁ ପଲଟିଯିବ।

ପାକିସ୍ତାନ ଯେବେଠାରୁ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ କରିବ ବୋଲି ଘୋଷଣା କଲାଣି ସେବେଠାରୁ କେତେକ ବିଶେଷଜ୍ଞ କହିଆସୁଥିଲେ ଯେ ପାକିସ୍ତାନ କେବଳ ବାଂଲାଦେଶକୁ ଦେଖେଇବାକୁ ନାଟକ କରୁଛି ଓ ନିଶ୍ଚୟ ୟୁ-ଟର୍ଣ୍ଣ ନେବ ଅର୍ଥାତ୍ ନିଜ ନିଷ୍ପତ୍ତିରୁ ପଲଟିଯିବ।

Pakistan U Turn On India Match

Pakistan U Turn On India Match Photograph: (sambad.in)

ଲାହୋର: ପାକିସ୍ତାନ ଯେବେଠାରୁ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ କରିବ ବୋଲି ଘୋଷଣା କଲାଣି ସେବେଠାରୁ କେତେକ ବିଶେଷଜ୍ଞ କହିଆସୁଥିଲେ ଯେ ପାକିସ୍ତାନ କେବଳ ବାଂଲାଦେଶକୁ ଦେଖେଇବାକୁ ନାଟକ କରୁଛି ଓ ନିଶ୍ଚୟ ୟୁ-ଟର୍ଣ୍ଣ ନେବ ଅର୍ଥାତ୍ ନିଜ ନିଷ୍ପତ୍ତିରୁ ପଲଟିଯିବ। ଏପରିକି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ୍‌ ଗାଭାସ୍କର କହିଥିଲେ ଯେ ୟୁ-ଟର୍ଣ୍ଣ ନେବା ପାକିସ୍ତାନର ପୁରୁଣା ଅଭ୍ୟାସ। ଆସନ୍ତା ୧୫ ତାରିଖରେ ଭାରତ ବିପକ୍ଷ ମ୍ୟାଚକୁ ନିଶ୍ଚୟ ଖେ​ଳିବ ପାକିସ୍ତାନ। ଆଉ କେତେକ ମତ ଦେଇଥିଲେ ଯେ ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ ଶେଷ ହେବା ପରେ ପାକିସ୍ତାନ ନିଜର ମତ ପରିବର୍ତ୍ତନ କରିବ। ଏଥିପାଇଁ ପାକିସ୍ତାନ ପକ୍ଷରୁ ମ୍ୟାଚ ବର୍ଜନ ସଂପର୍କରେ କୌଣସି ପତ୍ର ଆଇସିସିକୁ ପଠାଯାଇନାହିଁ।

ମ୍ୟାଚ୍‌ ବର୍ଜନ କଲେ ଶ୍ରୀଲଙ୍କା ସହିବ ବ୍ୟାପକ କ୍ଷତି

ଏବେ ପାକିସ୍ତାନ ନିଜ ନିଷ୍ପତ୍ତି ବଦଳାଇବାର ସଂକେତ ଦେଲାଣି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଶ୍ରୀଲଙ୍କାର ଅନୁରୋଧକୁ ଦର୍ଶାଇ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛି। ଏହି ଆଲୋଚନା ସମୟରେ ପାକ୍ ସରକାରଙ୍କୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ପତ୍ରକୁ ପ୍ରଦାନ କରାଯିବ। ପାକିସ୍ତାନ ସରକାର ଯେତେବେଳେ ମ୍ୟାଚ୍‌ ବର୍ଜନ ସଂପର୍କରେ ଘୋଷଣା କଲେ ଆଇସିସି ପକ୍ଷରୁ ଏକ ବୟାନ ଜାରି କରି ଏହାକୁ ବିରୋଧ କରାଯିବା ସହ ପାକିସ୍ତାନକୁ ପରୋକ୍ଷରେ ଚେତାବନୀ ଦିଆଯାଇଥିଲା। ଏହାର କିଛି ଦିନ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପକ୍ଷରୁ ପିସିବିକୁ ପତ୍ର ଲେଖି ମ୍ୟାଚ ବର୍ଜନ ନ କରିବାକୁ ଅନୁରୋଧ କରିଥିଲା। ମ୍ୟାଚ୍‌ ବର୍ଜନ କଲେ ଶ୍ରୀଲଙ୍କା ବ୍ୟାପକ କ୍ଷତି ସହିବ ବୋଲି ଦର୍ଶାଯାଇଥିଲା। ଏହି ପ୍ରସଙ୍ଗରେ ଶ୍ରୀଲଙ୍କା ବୋର୍ଡ ମୁଖ୍ୟ ସାମି ସିଲଭା ସିଧାସଳଖ ମହସିନ ନକଭୀଙ୍କ ସହ କଥା ହୋଇଥିଲେ। ଏହି ଟେଲିଫୋନ ଆଲୋଚନା ସମୟରେ ନକଭୀ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ପୁଣି ଏହି ମାମଲାକୁ ପାକିସ୍ତାନ ସରକାରଙ୍କ ନିକଟକୁ ନେଇଯିବେ ଓ ଶ୍ରୀଲଙ୍କାର ଅନୁରୋଧକୁ ଗୁରୁତ୍ବ ଦେଇ ପୁନର୍ବିଚାର କରିବାକୁ ଅନୁରୋଧ କରିବେ। ତେବେ ଶ୍ରୀଲଙ୍କାର ଅନୁରୋଧକୁ ପିସିବି ଖାରଜ କରିଥିବା ଖବରରେ ସତ୍ୟତା ନାହିଁ ବୋଲି ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ କରିଛି।

ଆହୁରି ପଢନ୍ତୁ - Vaibhav Suryavanshi: ବରିଷ୍ଠ ଭାରତୀୟ ଦଳରେ ଏବେ କାହିଁକି ଖେଳିପାରିବେନି ବୈଭବ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe