Rescue workers are seen by a damaged building after an earthquake hit Hualien, Taiwan February 7, 2018. REUTERS/Stringer ATTENTION EDITORS - THIS IMAGE WAS PROVIDED BY A THIRD PARTY. CHINA OUT.
ନୂଆଦିଲ୍ଲୀ: ତାଇଓ୍ଵାନ୍ରେ ଗତରାତିରେ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପାଖାପାଖି ୮୮ ଜଣ ନିଖୋଜ ଅଛନ୍ତି। ଭଙ୍ଗା ଇଟା ପଥର ତଳେ ଅନେକ ଲୋକ ଏବେ ମଧ୍ୟ ଫସି ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଦ୍ୱାରା ଭଗ୍ନସ୍ତୁପ ତଳେ ଚାପି ହୋଇ ରହିଥିବା ଅନେକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛିି। ପୂର୍ବ ତାଇଓ୍ଵାନ୍ର ହାଲିଏନ୍ ପ୍ରଦେଶରେ ହୋଇଥିବା ଉକ୍ତ ଭୂକମ୍ପରେ ଅନେକ କୋଠା ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ତାଇଓ୍ଵାନ୍ର ପୂର୍ବ ଉପକୂଳରେ ଲୋକପ୍ରୀୟ ପର୍ଯ୍ୟଟନ ସ୍ଥଳ ହାଲିଏନ୍ରେ ପାଖାପାଖି ୧ ଲକ୍ଷ ଲୋକ ରହୁଛନ୍ତି। ତେବେ ଭୁକମ୍ପ ପରେ ଅନେକ ଲୋକ ଏବେ ଜଳ ଏବଂ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି। ଗତକାଲିର ଭୂକମ୍ପ ଦୁଇବର୍ଷତଳେ ସମାନ ଦିନରେ ହୋଇଥିବା ଏକ ପ୍ରଳୟଙ୍କରୀ ଭୂକମ୍ପକୁ ପୁଣିଥରେ ମନେ ପକାଇ ଦେଇଛି। ଦୁଇବର୍ଷ ତଳେ ଫେବୃଆରୀ ୬ ତାରିଖରେ ସମାନ ୬.୪ ତୀବ୍ରତାର ଭୂକମ୍ପରେ ୧୧୭ ଜଣ ପ୍ରାଣ ହରାଇଥିଲେ। ୧୯୯୯ ମସିହାରେ କେନ୍ଦ୍ରୀୟ ତାଇଓ୍ଵାନ୍ରେ ହୋଇଥିବା ୭.୬ ତୀବ୍ରତାର ଭୂକମ୍ପରେ ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ।
Follow Us