ହୃଦ୍‌ଘାତରେ ‘ତାରକ ମେହେତା କା ଉଲ୍‌ଟା ଚଷମା’ର ଡକ୍ଟର ହାତୀ ଭୂମିକା ନିଭାଉଥିବା କବି କୁମାରଙ୍କ ପରଲୋକ

Advertisment
ହୃଦ୍‌ଘାତରେ ‘ତାରକ ମେହେତା କା ଉଲ୍‌ଟା ଚଷମା’ର ଡକ୍ଟର ହାତୀ ଭୂମିକା ନିଭାଉଥିବା କବି କୁମାରଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ‘ତାରକ ମେହେତାକା ଉଲ୍‌ଟା ଚଷମା’ରେ ଡକ୍ଟର ହଂସରାଜ ହାତୀଙ୍କ ଭୂମିକା ନିଭାଇଥିବା ଟେଲି ଅଭିନେତା କବି କୁମାର ଆଜାଦଙ୍କର ପରଲୋକ ଘଟିଛି। ଏହି ଲୋକପ୍ରିୟ ଅଭିନେତାଙ୍କର ହୃଦ୍‌ଘାତ ଘଟି ସୋମବାର ସକାଳୁ ମୃତ୍ୟୁ ଘଟିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୋ’ର ସଂପୂର୍ଣ୍ଣ ଷ୍ଟାର୍‌କାଷ୍ଟ୍‍ ଓ  ପ୍ରଯୋଜକଙ୍କ ସହ ଥିବା ଏକ ମିଟିଂରେ ଯୋଗ ଦେବା ପାଇଁ ଅଭିନେତା ଜଣକ ସକାଳୁ ପ୍ରସ୍ତୁତ ହେଉଥିଲେ। ମାତ୍ର ହଠାତ୍‌ ତାଙ୍କୁ ଅସହଜ ମନେ ହେବାରୁ ସେ ମିଟିଂରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଫୋନ୍‌ ଯୋଗେ ଜଣାଇଥିଲେ। ଜଣାଇବାର ଠିକ୍‌ ୩-୪ ଘଣ୍ଟା ଅନ୍ତରରେ ତାଙ୍କୁ ହୃଦ୍‌ଘାତ ଆସିଥିଲା। ପୂର୍ବାହ୍ନ ୧୧ରୁ ୧୨ ସମୟରେ ହୃଦ୍‌ଘାତ୍‌ ଘଟିବା ପରେ ତାଙ୍କର ପରଲୋକ ହୋଇଥିଲା ।

publive-image

ସେ ଜଣେ ଭଲ ଅଭିନେତା ହେବା ସହ ଖୁବ୍‌ ସକାରାତ୍ମକ ଚିନ୍ତାଧାରାର ବ୍ୟକ୍ତି। ସେ ସବୁବେଳେ ସୋ’କୁ ଭଲ ପାଉଥିଲେ ଓ ସବୁ ସୋ’ରେ ଉପସ୍ଥିତ ମଧ୍ୟ ରହୁଥିଲେ। ଏପରିକି ଶରୀର ଅସୁସ୍ଥ ଥିବା ସତ୍ତ୍ୱେ ମଧ୍ୟ ସେ ସୁଟିଂ ସେଟ୍‌ରେ ପହଞ୍ଚଥିଲେ। ହଠାତ୍‌ ଆଜି ସେ ଆସିପାରିବେ ନାହିଁ ବୋଲି ଖବର କଲେ ଓ କିଛି ସମୟରେ ପରେ ଆମେ ତାଙ୍କର ମୃତ୍ୟୁ ଖବର ପାଇଲୁ ବୋଲି ସୋ’ର ପ୍ରଯୋଜକ ଅସିତ୍‌ କୁମାର ମୋଦି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସୋନି ସବ୍ ଚାନେଲରେ ‘ତାରକ ମେହେତାକା ଉଲ୍‌ଟା ଚଷମା’ ୨୦ ବର୍ଷ ବିତେଇ ସାରିଲାଣି। ନିକଟରେ ୨୫୦୦ ଅଧ୍ୟାୟର ସେଲିବ୍ରେସନ୍‌ ଉତ୍ସବରେ କବି ଦେଖିବାକୁ ମିଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe