ତବଲିଗି ଜାମାତ ମାମଲା: ସାଂପ୍ରତିକ ସମୟରେ ବାକ୍‌ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ହେଉଛି ‘ଅତ୍ୟଧିକ ଅପବ୍ୟବହାର ହୋଇଥିବା ଅଧିକାର’; ସୁପ୍ରିମ୍‌ କୋର୍ଟ

Advertisment
ତବଲିଗି ଜାମାତ ମାମଲା: ସାଂପ୍ରତିକ ସମୟରେ ବାକ୍‌ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ହେଉଛି ‘ଅତ୍ୟଧିକ ଅପବ୍ୟବହାର ହୋଇଥିବା ଅଧିକାର’; ସୁପ୍ରିମ୍‌ କୋର୍ଟ

ZeeIndia

ନୂଆଦିଲ୍ଲୀ: ସାଂପ୍ରତିକ ସମୟରେ ବାକ୍‌ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ହେଉଛି ‘ଅତ୍ୟଧିକ ଅପବ୍ୟବହାର ହୋଇଥିବା ଅଧିକାର’ ବୋଲି ଆଜି (ଗୁରୁବାର) କହିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟ।

ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଉଦ୍ଦେଶ୍ୟମୂଳକ ରିପୋର୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟ ଅତୀତରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସବିଶେଷ ବିବରଣୀ ସତ୍ୟପାଠ ଆକାରରେ ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ଦାଖଲ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବବଡେଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଏସ୍‌ ଏ ବୋପାନ୍ନା ଓ ଜଷ୍ଟିସ୍‌ ଭି. ରାମାସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ତବଲିଗି ଜାମାତର ଏକ ମାମଲାର ଶୁଣାଣି କାଳରେ ଏପରି କହିଛନ୍ତି। ଜମାତ୍‌ ଉଲେମା ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ଏକ ମାମଲାର ଆଜି ଶୁଣାଣି କରିଥିଲେ ସୁପ୍ରିମ୍‌ କୋର୍ଟ। କୋଭିଡ୍‌- ୧୯ ମହାମାରୀ ଆରମ୍ଭ ସମୟରେ ତବଲିଗି ଜମାତର ସମାବେଶକୁ ନେଇ ସାମ୍ପ୍ରଦାୟିକ ଘୃଣା ବ୍ୟାପିଥିଲା।

ଏ ସଂପର୍କରେ ପୂର୍ବରୁ ଏକ ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସଚିବଙ୍କ ବଦଳରେ ଜଣେ ଅତିରିକ୍ତ ସଚିବ ଏହି ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ଅନେକ ‘ଅନାବଶ୍ୟକ’ ଓ ‘ଅଜ୍ଞାନ’ ତଥ୍ୟ ରହିଥିଲା। ଏହି ଘଟଣାରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ‘ଏହି ମାମଲାରେ ଆପଣ ଯେପରି କରୁଛନ୍ତି, ସେପରି କୋର୍ଟରେ କରିପାରିବେ ନାହିଁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe