ମହାରାଷ୍ଟ୍ର ହସ୍ପିଟାଲ୍‌ରେ ତବ୍‌ଲିଗି ଜମାତ୍‌ ସଦସ୍ୟଙ୍କ ଆତ୍ମହତ୍ୟା

ମହିଳାଙ୍କ ଆତ୍ମହତ୍ୟା

News18

ମୁମ୍ବାଇ : ମହାରାଷ୍ଟ୍ରର ଅକୋଲାରେ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ତବ୍‌ଲିଗି ଜମାତ୍‌ କମିଟିର ଜଣେ ସଦସ୍ୟ ଆଜି ସକାଳେ ଆତ୍ମହତ୍ୟା କରିଦେଇଛନ୍ତି। ୩୦ ବର୍ଷୀୟ ଯୁବକ ଜଣଙ୍କ କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି ବୋଲି ଗତକାଲି ସନ୍ଧ୍ୟା‌ରେ ଜାଣିବାପରେ ଆଜି ସକାଳେ ସେ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣଙ୍କ ହସ୍ପିଟାଲ୍‌ ଆଇସୋଲେସନ୍‌ ୱାର୍ଡରେ ଥିବା ୱାସରୁମ୍‌ରେ ତାଙ୍କ ତଣ୍ଟି କାଟି ଆତ୍ମହତ୍ୟା କରିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ମୃତକ ଜଣଙ୍କ ଆସାମ୍‌ର ବାସିନ୍ଦା। ନିଜାମୁଦ୍ଦିନ୍‌ ମରକଜ୍‌ ସମ୍ମିଳନୀ‌ରେ ଯୋଗ ଦେବାପରେ ସେ ଅନ୍ୟ ଜମାତ ସଦସ୍ୟଙ୍କ ସହ ଅକୋଲା ଆସିଥିଲେ। ତାଙ୍କ ଶରୀର‌ରେ କରୋନା ଭାଇରସ୍‌ର ଲକ୍ଷଣ ଦେଖାଦେବାପରେ ସେ ହସ୍ପିଟାଲ୍‌ ଯାଇଥିଲେ ଏବଂ ଗତ କିଛି ଦିନ ତଳେ ତାଙ୍କୁ ହସ୍ପିଟାଲ୍‌ରେ ଆଡମିଟ୍‌ କରାଯାଇଥିଲା। କିନ୍ତୁ ଭାଇରସ୍‌ ସଂକ୍ରମିତ ହୋଇଥିବା ଜାଣିବାପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe