ପ୍ରତ୍ୟର୍ପଣ ନିର୍ଦ୍ଦେଶକୁ ଆମେରିକା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ତହବୁର ରାଣା: ଭାରତରେ ମୋତେ ନିର୍ଯାତନା ଦିଆଯିବ

ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବାପାଇଁ ଆମେରିକା ‌ନେଇଥିବା ନିଷ୍ପତ୍ତିକୁ ରାଣା ଆମେରିକା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ପ୍ରତ୍ୟର୍ପଣରୁ ସୁରକ୍ଷା ଦେବାପାଇଁ ରାଣା ନିଜ ଆବେଦନରେ ଦର୍ଶାଇଛି।

dssdxczs

ନୂ୍ଆଦିଲ୍ଲୀ: ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବାପାଇଁ ଆମେରିକା ‌ନେଇଥିବା ନିଷ୍ପତ୍ତିକୁ ରାଣା ଆମେରିକା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ପ୍ରତ୍ୟର୍ପଣରୁ ସୁରକ୍ଷା ଦେବାପାଇଁ ରାଣା ନିଜ ଆବେଦନରେ ଦର୍ଶାଇଛି। ସେ ଦାବି କରିଛି ଯେ ଭାରତରେ ତାକୁ ନିର୍ଯାତନା ଅପେକ୍ଷା କରିଛି। ରାଣା କହିଛି ବିଭିନ୍ନ କାରଣ ପାଇଁ ସେ ଭାରତରେ ବିଚାରଣ ସାମ୍ନା କରିବାପାଇଁ ବେଶୀଦିନ ବଞ୍ଚିବ ନାହିଁ।  ରାଣା ଅଭିଯୋଗ କରିଛି ଯେ ସେ ପାକିସ୍ତାନୀ ମୂଳ ମୁସଲିମ୍‌ ହୋଇଥିବା, ପାକିସ୍ତାନୀ ସେନାର ପୂର୍ବତନ ସଦସ୍ୟ  ଥିବା ଏବଂ ୨୦୦୮ ମୁମ୍ବାଇ ଆକ୍ରମଣ ମାମଲାରେ ତା’ ବିରୋଧରେ ଥିବା ଅଭିଯୋଗ  ପାଇଁ ତାକୁ  ଭାରତ ପଠାଗଲେ ସେଠାରେ ଭୀଷଣ ନିର୍ଯାତନା ମିଳିବ ଏବଂ ଏହା ଏତେ ମାତ୍ରାରେ ହେବ ‌ଯେ ସେ ଖୁବ୍‌ ଅଳ୍ପ ଦିନରେ ମରିଯିବ।

ନିକଟରେ ଆମେରିକା ସୁପ୍ରିମ୍‌କୋର୍ଟ ତହବୁର ରାଣାର ଏକ ରିଭ୍ୟୁ ପିଟିସନ୍‌ ଖାରଜ କରିଦେଇଥିଲେ।  ଏହି ନିଷ୍ପତ୍ତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଥିଲେ ଯେ ତାଙ୍କ ପ୍ରଶାସନ ରାଣାର ପ୍ରତ୍ୟର୍ପଣକୁ ସ୍ବୀକୃତି ଦେଇଛନ୍ତି।  ଉଲ୍ଲେଖଯୋଗ୍ୟ. ରାଣା ହେଉଛି ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ କୋଲମ୍ୟାନ୍‌ ‌ହେଡ୍‌ଲିର  ସହଯୋଗୀ ଯିଏ କି ୨୦୦୮ ନଭେମ୍ବର ୨୬ ଆକ୍ରମଣରେ ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଥିଲା।  ରାଣାର ଏଲ୍‌ଇଟି ଏବଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe