ତଥ୍ୟ ଉଗାରିବା ପାଇଁ ତହବୁରକୁ ଝାଳବୁହା ଜେରା କରୁଛି ଏନଆଇଏ, ଜାଣନ୍ତୁ  ଆଉ କଣ ସବୁ ମାଗିଲା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ

pen and paper

Photograph: (Sambad.in)

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ହୁସେନ ରାଣାକୁ ଝାଳବୁହା ଜେରା କରୁଛି ଏନଆଇଏ । ଦୈନିକ ୮ରୁ ୧୦ ଘଣ୍ଟା ଘାଣ୍ଟୁଛି ଏନଆଇଏ । କଣ ପାଇଁ ହୋଟେଲ ତାଜାକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ ? ୨୦୦୮ରେ ଆକ୍ରମଣ କରିବାକୁ କେବେ ଠାରୁ ଯୋଜନା ହୋଇଥିଲା ? ଆକ୍ରମଣ ପଛର ପ୍ରକୃତ ଷଡଯନ୍ତ୍ର କଣ ଥିଲା ? ୨୬/୧୧ ଆକ୍ରମଣ ପଛର ପୂରା ଘଟଣାବଳୀ ଜାଣିବାକୁ ଚେଷ୍ଟା କରୁଛି ଏନଆଇଏ । ହେଲେ ତହବୁର ଜେରାରେ ସହଯୋଗ କରୁନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପଟେ ତହବୁର ତା ବିରୋଧରେ କେଉଁ କେଉଁ ମାମଲା ସବୁ ଚାଲିଛି ଏବଂ ଭାରତର ନ୍ୟାୟିକ ପ୍ରକ୍ରିୟା ସବୁ କଣ ତା ବିରୋଧରେ ନିଆଯାଉଛି ସେନେଇ ମଧ୍ୟ ସେ ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଏନଆଇଏ ଅଧିକାରୀଙ୍କୁ ଆତଙ୍କବାଦୀ ତହବୁର ମାଗିଛି ଗୋଟିଏ କଲମ, କିଛି କାଗଜ ଏବଂ କୁରାନ । ଆଉ ତାକୁ ଏସବୁ ଜିନିଷ ମଧ୍ୟ ଯୋଗାଇ ଦିଆଯାଇଛି ।

ଏନଆଇଏ ମୁଖ୍ୟାଳୟର ଉଚ୍ଚ ସ୍ତରୀୟ ସୁରକ୍ଷା ସମ୍ପନ୍ନ ସେଲରେ ତହବୁରକୁ ରଖାଯାଇଥିବା ବେଳେ ଖାଦ୍ୟକୁ ନେଇ କୌଣସି ଦାବି କିମ୍ବା ସ୍ବତନ୍ତ୍ର ଇଚ୍ଛା ପ୍ରକାଶ କରିନି ତହବୁର । ଯାହା ଅନ୍ୟ କଏଦୀମାନେ ଖାଉଛନ୍ତି ସେ ମଧ୍ୟ ସେଇୟା ଖାଉଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe