ସରକାରୀ ଚାକିରି କରିବା ଅପେକ୍ଷା ଗୁପଚୁପ ବିକ୍ରି କରିବା ଭଲ: ତହସିଲଦାର

ତହସିଲଦାର କେକେ କୃଷ୍ଣମୂର୍ତ୍ତି ସରକାରୀ କର୍ମଚାରୀ ସଂଘ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଭାଷଣରେ କହିଥିଲେ, ‘ସରକାରୀ ଚାକିରି କରିବା ଅପେକ୍ଷା ଗୁପଚୁପ ଓ କୋବି ମଞ୍ଚୁରେନର ଠେଲା ଲଗାଇ ବିକିବା ସବୁଠାରୁ ଭଲ ଉପାୟ।

rwe

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବା ପାଇଁ ପ୍ରତ୍ୟେକ ମଣିଷର ଇଚ୍ଛା ରହିଥାଏ। ଏହି କ୍ରମରେ କର୍ଣ୍ଣାଟକର ତହସିଲଦାର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟାପ୍ରଣାଳୀ ଓ କର୍ମଚାରୀଙ୍କ ଉପରେ ଦିଆଯାଉଥିବା ଚାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କର୍ଣ୍ଣାଟକର ହୋଲେନରସିପୁରର ତହସିଲଦାର କେକେ କୃଷ୍ଣମୂର୍ତ୍ତି ସରକାରୀ କର୍ମଚାରୀ ସଂଘ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଭାଷଣରେ କହିଥିଲେ, ‘ସରକାରୀ ଚାକିରି କରିବା ଅପେକ୍ଷା ଗୁପଚୁପ ଓ କୋବି ମଞ୍ଚୁରେନର ଠେଲା ଲଗାଇ ବିକିବା ସବୁଠାରୁ ଭଲ ଉପାୟ।  ଏହି କାମରେ ଆପଣଙ୍କ ଉପରେ ଚାପ ପକାଇବାକୁ କି କାମ ଆଦାୟ କରିବାକୁ କେହି ନଥାଆନ୍ତି। ଛୁଟିରେ ଗଲେ ବି କେହି କାମକୁ ନେଇ ଡିସଟର୍ବ କରି ନଥାଆନ୍ତି। 

ମୋ ମତରେ ସରକାରୀ ଚାକିରି ଅପେକ୍ଷା ନିଜର ବ୍ୟବସାୟ କରିବା କିମ୍ବା ଠେଲାରେ ଫଳ, ଗୁପଚୁପ ଓ ମଞ୍ଚୁରେନ ରଖି ବ୍ୟବସାୟ କରିବା ଭଲ। କାରଣର ଏଥିରେ ଆପଣଙ୍କ ଉପରେ କେହି ଚାପ ପକାଇ ପାରିବେ ନାହିଁ। ନିଜ ଇଚ୍ଛା ହେଲେ ବ୍ୟବସାୟ କରିବେ ନଚେତ ଘରକୁ ଚାଲି ଆସିବେ। ଶାନ୍ତିରେ ଦୁଇପଇସା ରୋଜଗାର କରି ପରିବାର ସହିତ ଖୁସିରେ ରହିବେ। 

ମୁଁ ଦେଖୁଛି ସ୍କୁଲରେ ଶିକ୍ଷକମାନେ ପିଲାଙ୍କୁ ପାଠ ପଢ଼ାଇବା ଅପେକ୍ଷା ଅଣ୍ଡା ବଣ୍ଟନ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe