Image Courtesy of Lagatar English
ତାଇପେଇ: ଆଜି ସକାଳେ ଗୋଟାଏ ହୋଟେଲ୍ କୋଠରିରୁ ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରାଳୟର ‘ଗବେଷଣା ଓ ବିକାଶ ୟୁନିଟ୍’ର ଉପମୁଖ୍ୟଙ୍କ ଶବ ଉଦ୍ଧାର କରାଯାଇଥିବା କଥା ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ (ସିଏନ୍ଏ) ରିପୋର୍ଟ କରିଛି।
ସେନା ମାଲିକାନାରେ ଥିବା ‘ନ୍ୟାସ୍ନାଲ୍ ଚୁଙ୍ଗ୍-ଶାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜିର ଉପମୁଖ୍ୟ ଓଉ ୟାଙ୍ଗ୍ ଲି-ସିଙ୍ଗ୍କୁ ଆଜି ସକାଳେ ଦକ୍ଷିଣ ତାଇୱାନ୍ର ଗୋଟାଏ ହୋଟେଲ୍ ପ୍ରକୋଷ୍ଠରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ସଂକ୍ରାନ୍ତରେ ସରକାରୀ କର୍ତ୍ତୃପକ୍ଷମାନେ ତଦନ୍ତ କରୁଥିବା କଥା ‘ସିଏନ୍ଏ’ ରିପୋର୍ଟ କରିଛି।
ବ୍ୟବସାୟିକ ଗସ୍ତରେ ଦକ୍ଷିଣାଞ୍ଚଳ କାଉଣ୍ଟି ପିଙ୍ଗ୍ସୁଙ୍ଗ୍କୁ ଯାଇଥିବା ଓଉ ୟାଙ୍ଗ୍ କେତେକ କ୍ଷେପଣାସ୍ତ୍ର ଉତ୍ପାଦନ ପ୍ରକଳ୍ପର ପର୍ଯ୍ୟବେକ୍ଷଣ ନିମନ୍ତେ ଚଳିତ ବର୍ଷ ଉପମୁଖ୍ୟ ପଦବୀରେ ନିଯୁକ୍ତି ପାଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
Image Courtesy of Kopdarସୂଚନାଯୋଗ୍ୟ, ଚୀନ୍ ଆଡୁ ବିପଦ ଥିବା ଜାଣି ତାଇୱାନ୍ର ଯୁଦ୍ଧ ସାମର୍ଥ୍ୟ ସୁଦୃଢ଼ କରିବା ଲାଗି ସେନା ମାଲିକାନାରେ ଥିବା ଉକ୍ତ ପ୍ରତିଷ୍ଠାନ ଚଳିତ ବର୍ଷ ତା’ର ବାର୍ଷିକ କ୍ଷେପଣାସ୍ତ୍ର ଉତ୍ପାଦନର ଦୁଇଗଣରୁ ଅଧିକ କ୍ଷେପଣାସ୍ତ୍ର (୫୦୦ ପାଖାପାଖି) ଉତ୍ପାଦନ ନିମନ୍ତେ କାର୍ଯ୍ୟ କରୁଥିଲା।
ଉଲ୍ଲେଖଯୋଗ୍ୟ, ବାରମ୍ବାର ତାଗିଦ କରିବା ସତ୍ତ୍ବେ ଗତ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍ସି ପିଲୋସିଙ୍କ ତାଇୱାନ୍ ଗସ୍ତ ଯୋଗୁଁ କ୍ଷୁବ୍ଧ ହୋଇ ଚୀନ୍ ତାଇୱାନ୍ ଉପରେ କଟକଣା ଜାରି କରିଛି। ବୁଧବାର ଦିନ ଚୀନ୍ ଘୋଷଣା କରିଛି କି, ସେ ତାଇୱାନ୍କୁ ପ୍ରାକୃତିକ ବାଲି ଯୋଗାଣ ବନ୍ଦ କରିଦେବା ସହ ସେଠାରୁ ଆମଦାନି କରୁଥିବା ଲେମ୍ବୁଜାତୀୟ ଫଳ, ହିମିକୃତ ଲମ୍ବଲାଞ୍ଜି ଓ ଆୟଲ ମାଛ ଆମଦାନି ସ୍ଥଗିତ ରଖିବ।
Follow Us