ଆଖପାଖ ଅଞ୍ଚଳରେ ଶାନ୍ତି ବଜାୟ ରଖିଥିବାରୁ ଆମେରିକାକୁ କୃତଜ୍ଞତା ଜଣାଇଲା ତାଇୱାନ୍‌ର ବୈଦେଶିକ ମନ୍ତ୍ରାଳୟ

Advertisment
ଆଖପାଖ ଅଞ୍ଚଳରେ ଶାନ୍ତି ବଜାୟ ରଖିଥିବାରୁ ଆମେରିକାକୁ କୃତଜ୍ଞତା ଜଣାଇଲା ତାଇୱାନ୍‌ର ବୈଦେଶିକ ମନ୍ତ୍ରାଳୟ

Image Courtesy of Reuters

ତାଇପେଇ: ତାଇୱାନ୍‌ ପ୍ରଣାଳୀ ଏବଂ ଆଖପାଖ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ବିଶେଷ ଉଦ୍ୟମ କରିଥିବା ଯୁକ୍ତରାଷ୍ଟ୍ର ଆମରେିକା ପ୍ରତି ତାଇୱାନ୍‌ର ବୈଦେଶିକ ମନ୍ତ୍ରାଳୟ ଗଭୀର କୃତଜ୍ଞତା ଜ୍ଞାପନ କରିଥିବା କଥା ଆଜି ଦେଇଥିବା ବିବୃତିରେ ଉଲ୍ଲେଖ କରାଯାଇଛି।

‘ୟୁଏସ୍‌ ଇଣ୍ଡୋ-ପେସିଫିକ୍‌’ ସମନ୍ବୟ ରକ୍ଷାକର୍ତ୍ତା କର୍ଟ କ୍ୟାମ୍ପ୍‌ବେଲ୍‌ଙ୍କ ଟିପ୍ପଣୀର ପ୍ରତ୍ୟୁତ୍ତର ଭାବେ ତାଇୱାନ୍‌ ବୈଦେଶିକ ମନ୍ତ୍ରାଳୟ ଉପରୋକ୍ତ ବିବୃତି ଦେଇଛି। ଶୁକ୍ରବାର ଦିନ କର୍ଟ କ୍ୟାମ୍ପ୍‌ବେଲ୍‌ କହିଥିଲେ କି, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ଗୃହର ବାଚସ୍ପତି ନେନ୍‌ସି ପିଲୋସିଙ୍କ ତାଇୱାନ୍‌ ଗସ୍ତ ପ୍ରତି ଚୀନ୍‌ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ ହେଉଛି।

ବିବୃତିରେ ତାଇୱାନ୍‌ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଚୀନ୍‌ର ଅକାରଣ ସାମରିକ ଏବଂ ଆର୍ଥିକ ପ୍ରତିବନ୍ଧକ ବୈଶ୍ବିକ ଗଣତାନ୍ତ୍ରିକ ଶିବିରର ଏକତା ଏବଂ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିଛି।

ଗୁରୁବାର ଦିନ ତାଇୱାନ୍‌ର ରାଷ୍ଟ୍ରପତି କହିଥିଲେ ଯେ, ଗତ ସପ୍ତାହରେ ପିଲୋସିଙ୍କ ଗସ୍ତ ପରେ ତାଇୱାନ ଦ୍ବୀପ ଚତୁଃପାର୍ଶ୍ବରେ ବେଜିଙ୍ଗ୍‌ର ସବୁଠୁ ବଡ଼ ସମରାଭ୍ୟାସ ହ୍ରାସ ପାଇଥିଲେ ବି ଚୀନ୍‌ର ଧମକ ହ୍ରାସ ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe