ଆଇଓ୍ଵାଙ୍କା ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ଦୁର୍ଗ ପାଲଟିଛି ତାଜ୍‌ ଫଲକ୍‌ନୁମା

Advertisment
ଆଇଓ୍ଵାଙ୍କା ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ଦୁର୍ଗ ପାଲଟିଛି ତାଜ୍‌ ଫଲକ୍‌ନୁମା

Image Courtesy of Deccan Chronilce

ହାଇଦ୍ରାବାଦ: ହାଇଦ୍ରାବାଦ ଗସ୍ତକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଝିଅ ଏବଂ ହ୍ଵାଇଟ୍‌ ହାଉସ୍‌ ଉପଦେଷ୍ଟା ତାଜ୍‌ ଫଲକ୍‌ନୁମାରେ ଆୟୋଜିତ ଡିନର୍‌ରେ ଆପ୍ୟାୟିତ ହେବେ। ଗ୍ଲୋବାଲ୍‌ ଏଣ୍ଟର୍‌ପ୍ରେନ୍ୟୁଅର୍‌ସିପ୍‌ ସମିଟ୍‌ରେ ଆମେରିକୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ଆସୁଥିବା ଆଇଓ୍ଵାଙ୍କା ଟ୍ରମ୍ପ୍‌ ନଭେମ୍ବର ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ହାଇଦ୍ରାବାଦରେ ଅବସ୍ଥାନ କରିବେ। ନଭେମ୍ବର ୨୮ ତାରିଖ ଦିନ ତାଙ୍କୁ ଡିନର୍‌ ଦିଆଯିବ। ଏଥି ପାଇଁ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ, କାଉଣ୍ଟର୍‌ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଏବଂ ସ୍ପେସାଲ୍‌ବ୍ରାଞ୍ଚ୍‌ ସେ ହୋଟେଲ୍‌ର ଆଖପାଖ ଏବଂ ଚାରିପାଖରେ ଥିବା ବସ୍ତିରେ ବୁଲାବୁଲି କରି ଯାଇଛନ୍ତି।

ଜିଇଏସ୍‌ ସ୍ଥଳର ଦୂରତ୍ୱକୁ ଚାହିଁ ଅଧିକାରୀମାନେ ଆଇଓ୍ଵାଙ୍କାଙ୍କ ରହଣି ନିମନ୍ତେ ତାଜ୍‌ ଫଲକ୍‌ନୁମା ପରିବର୍ତ୍ତେ ମାଧପୁରର େଓ୍ଵଷ୍ଟିନ୍‌ ହାଇଦ୍ରାବାଦ ମାଇଣ୍ଡ୍‌-ସ୍ପେସ୍‌କୁ ଚୟନ କରାଯାଇଛି। ଫଲକନୁମା ପାଲେସ୍‌ ଚର୍ତୁପାର୍ଶ୍ୱରେ ନିରାପତ୍ତା ବ୍ୟବସ୍ଥା ସମୀକ୍ଷା କରିବା ନିମନ୍ତେ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ସିଟି ପୁଲିସକୁ ଚେତାଇ ଦେଇଛି। ରାଜେନ୍ଦ୍ରନଗର, ବନ୍ଦଲା-ଗୁଡ଼ା ଏବଂ ଚନ୍ଦ୍ର-ୟଙ୍ଗୁଟା ଆଡୁ ହୋଟେଲ୍‌ ଆଡ଼କୁ ଆସିଥିବା ରାସ୍ତା ସବୁରେ ମଧ୍ୟ ଦୃଷ୍ଟି ରଖିବାକୁ ସିଟି ପୁଲିସକୁ କୁହାଯାଇଛି।

ମୋଟର୍‌ସାଇକେଲ୍‌ ଆରୋହୀ ପୁଲିସ୍‌ ଏବଂ ପାଟ୍ରୋଲ୍‌ କାର୍‌ ସମେତ ପ୍ରାୟ ୫୦୦ ପୁଲିସଙ୍କୁ ଏହି କାର୍ଯ୍ୟକ୍ରମରେ ଲଗାଯିବାକୁ ବନ୍ଦୋବସ୍ତ କରାଯାଇଛି।

ସିଭିଲ୍‌ ପୁଲିସ ବ୍ୟତିରେକେ, ଏହି ବନ୍ଦୋବସ୍ତରେ ଟିଏସ୍‌ ସ୍ପେସାଲ୍‌ ପୋଲିସ୍‌, ଆର୍ମଡ୍‌ ରିଜର୍ଭ ଏବଂ ଗ୍ରେହାଉଣ୍ଡ୍‌ଙ୍କୁ ମୁତୟନ କରାଯିବା ନିମନ୍ତେ ସିଟି ପୁଲିସ ଯୋଜନା ପ୍ରସ୍ତୁତି କରୁଛି। ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌ ଏବଂ ୟୁଏସ୍‌ ସିକ୍ରେଟ୍‌ ସର୍ଭିସ୍‌ଙ୍କୁ ସହଯୋଗ କରିବ ଇଣ୍ଟେଲିଜେନ୍‌ସ୍‌ ସିକ୍ୟୁରିଟି ଉଇଙ୍ଗ୍‌। ତାଜ୍‌ ଫଲକ୍‌ନୁମା କିଂବା ନିକଟବର୍ତ୍ତୀ ଏକ ସ୍ଥାନରେ ଆଣ୍ଟି-ଟେରର୍‌ ୟୁନିଟ୍‌ ଅକ୍ଟୋପସ୍‌କୁ ମୁତୟନ କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe