ଜାତିସଂଘରେ ବିଚାର ଚାହୁଁଛନ୍ତି ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପତ୍ନୀ ଓ ୨ ପୁଅଙ୍କୁ ହରାଇଥିବା ତାଜ୍‌ ହୋଟେଲ୍‌ କର୍ମଚାରୀ

Advertisment
ଜାତିସଂଘରେ ବିଚାର ଚାହୁଁଛନ୍ତି ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପତ୍ନୀ ଓ ୨ ପୁଅଙ୍କୁ ହରାଇଥିବା ତାଜ୍‌ ହୋଟେଲ୍‌ କର୍ମଚାରୀ

Image Courtesy of NDTV

ନୂଆଦିଲ୍ଲୀ: ଶୁକ୍ରବାର ଦିନ ନ୍ୟୁୟର୍କସ୍ଥିତ ଜାତିସଂଘରେ ଅନୁଷ୍ଠିତ ‘ଗ୍ଲୋବାଲ୍‌ କଂଗ୍ରେସ୍‌ ଅଫ୍‌ ଭିକ୍ଟିମ୍‌ସ୍‌ ଅଫ୍‌ ଟେରରିଜମ୍‌’ରେ ଭାଷଣ ଦେବା ବେଳେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପତ୍ନୀ ଓ ୨ ପୁଅଙ୍କୁ ହରାଇଥିବା ହୋଟେଲ୍‌ ତାଜ୍‌ର ଜଣେ କର୍ମଚାରୀ ପୀଡ଼ିତମାନଙ୍କ ପ୍ରତି ବିଚାର ଚାହିଁଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ହୋଟେଲ୍‌ ତାଜ୍‌ର ଜେନେରାଲ୍‌ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରୁଥିବା କରମ୍‌ବୀର କାଙ୍ଗ୍‌ ଆନ୍ତର୍ଜାତିକ ସମୁଦାୟଙ୍କୁ ଆହ୍ବାନ ଦେଇ କହିଛନ୍ତି, ଆକ୍ରମଣରେ ଜୀବନ ହରାଇଥିବା ପୀଡ଼ିତଙ୍କ ପ୍ରତି ବିଚାର କରିବାକୁ ହେଲେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ହୋଟେଲ୍‌ ଭିତରକୁ ପ୍ରବେଶ କରିଥିବା ଆତଙ୍କବାଦୀମାନେ ମୃତ୍ୟୁବରଣ କରିଥିବା ବ‌େଳେ ଆକ୍ରମଣ ପାଇଁ ଯୋଜନା କରିଥିବା, ଅର୍ଥ ଯୋଗାଇଥିବା ଏବଂ ଆକ୍ରମଣ ସଂଗଠିତ କରିଥିବା ବ୍ୟକ୍ତିମାନେ ଅବାଧରେ ବିଚରଣ କରୁଛନ୍ତି।

publive-image Image Courtesy of Republic World

ମୋ ଦେଶ, ମୋ ସହର ଏବଂ ମୋ ହୋଟେଲ୍‌, ମୁମ୍ବାଇସ୍ଥିତ ତାଜ୍‌ ହୋଟେଲ୍‌ ଯେଉଁଠି ମୁଁ ଜେନେରାଲ୍‌ ମ୍ୟାନେଜର୍‌ ଥିଲି ସେଠାରେ ୧୦ଜଣ ଆତଙ୍କବାଦୀ ପ୍ରବେଶ କରି ଆକ୍ରମଣ କରୁଥିବାର ଆତଙ୍କ ସମଗ୍ର ବିଶ୍ବ ଦେଖୁଥିଲା। ୩ ଦିନ ଓ ୩ ରାତି ଧରି ଚାଲିଥିବା ଏହି ଆକ୍ରମଣରେ ୩୪ରୁ ଅଧିକ ବ୍ୟକ୍ତି ପ୍ରାଣ ରାଇଲେ ବୋଲି କାଙ୍ଗ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଆକ୍ରମଣ ସମୟରେ ମୋ ପତ୍ନୀ ଓ ୨ ପୁଅ ମଧ୍ୟ ମୃତ୍ୟୁବରଣ କଲେ। ମୁଁ ସର୍ବସ୍ବ ହରାଇଲି। ଆମେ ଅନେକ ସାହସୀ ସହକର୍ମୀଙ୍କୁ ହରାଇଲୁ। ସେମାନଙ୍କର ବୀରୋଚିତ କାର୍ଯ୍ୟ ସେ ରାତିରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଥିଲା।

ଏହାର ବିଚାର ପାଇଁ ବିଶ୍ବ ନେତୃବୃନ୍ଦଙ୍କୁ ନିବେଦନ କରି କାଙ୍ଗ୍‌ କହିଛନ୍ତି ଯେ, କମ୍ପାନି ଓ କର୍ମଚାରୀମାନେ ବିଶ୍ବସ୍ତରରେ ସମ୍ମାନ ପାଇବା ବେଳେ ଆକ୍ରମଣରେ ସରବ୍ୟ ହୋଇଥିବା ଲୋକେ ବିଚାର ଅପେକ୍ଷାରେ ଦୀର୍ଘ ୧୪ ବର୍ଷ ଯନ୍ତ୍ରଣାପୂର୍ଣ୍ଣ ପ୍ରତୀକ୍ଷା କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe